

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଲାଭଣଞ୍ଜା ପଞ୍ଚାୟତର ଗୋପବନ୍ଧୁନଗର ଠାରେ ସ୍ୱର୍ଗତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ କାଳୁ ଚରଣ ବେହେରା, ଯୁବ ସମାଜସେବୀ ଅମର ରଥ ଗୋପବନ୍ଧୁ ନଗର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସୋଧନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସୀମାଞ୍ଚଳ ଗୌଡ଼, ଉପେନ୍ଦ୍ର ବେହେରା, ମୁନା ବିଷୋୟୀ ପ୍ରମୂଖ କୋଭିଡ-୧୯ର ସମସ୍ତ ନିୟମ ମାନି ସାମାଜିକ ଦୂରତା ରଖି ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
