ସ୍ୱର୍ଗତ ଗୈାର ଗୋପାଳ ଦାସଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଦିବସରେ ପ୍ରତିମୂର୍ତ୍ତୀ ଉନ୍ମୋଚିତ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ସ୍ୱର୍ଗତ ଗୈାର ଗୋପାଳ ଦାସ ଜଣେ ସାଲିସ ବିହୀନ ବଳିଷ୍ଠ ବ୍ୟକ୍ତିତ୍ୱ, ଭାଇଚାରାର ଶ୍ରେଷ୍ଠ ମଣିଷ, ସମାଜ ସଂସ୍କାରକ ଓ ଏ ଅଂଚଳର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ ବୋଲି ସ୍ୱର୍ଗତ ଗୈାର ଗୋପାଳ ଦାସଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଦିବସ ଓ ପ୍ରତିମୂର୍ତ୍ତୀ ଉନ୍ମୋଚନ ସମାରୋହରେ ବିଶିଷ୍ଟ ବକ୍ତାମାନେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଗତକାଲି ରାୟାଁ ରାମଚନ୍ଦ୍ରପୁର କୁଞ୍ଜ ହାଟ ପଡିଆରେ ସାଂସଦ ରବିନ୍ଦ୍ର କୁମାର ଜେନା ସ୍ୱର୍ଗତ ଗୈାର ଗୋପାଳଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରିଥିଲେ । ଗୈାରବାବୁ ସ୍ମୃତି କମିଟି ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବି ତଥା ଗୈାର ବାବୁଙ୍କ ମଧ୍ୟମ ଭ୍ରାତା ନିତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ସାଂସଦ ରବିନ୍ଦ୍ର ଜେନା ତାଙ୍କ ବକ୍ତବ୍ୟରେ ଗୈାର ବାବୁ ଜଣେ ତ୍ୟାଗର ମଣିଷ ଥିଲେ ବୋଲି କହିଥିଲେ । ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ତାଙ୍କ ବକ୍ତବ୍ୟରେ ଗୈାର ବାବୁଙ୍କୁ କାଳଜୟୀ ଓ ମୃତ୍ୟୁଞ୍ଜୟୀ ବୋଲି କହିଥିଲେ । ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ କହିଥିଲେ ଯେ ଜଳେଶ୍ୱରରୁ ଜମାଳପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାରେ ଗୈାର ବାବୁଙ୍କ ମୁଖ୍ୟ ଭୂମିକା ଥିବା ବେଳେ ସମସ୍ତଙ୍କୁ କ୍ଷମା ଦେବା ତାଙ୍କର ଏକ ଭଲ ଗୁଣ ଥିଲା ଏବଂ ନେତା ହେବା ଠାରୁ ନେତୃତ୍ୟ ନେବାରେ ତାଙ୍କର ଆନନ୍ଦ ଥିଲା ବୋଲି କହିଥିଲେ । ଏହି ସଭାରେ ଗୈାର ବାବୁଙ୍କ ସହଧର୍ମିଣୀ ତଥା ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ଦାସ, ସମାଜସେବୀ ସୁବାସିନୀ ଜେନା, ବ୍ରିଟ ଅଧ୍ୟକ୍ଷ ଗୈାରୀ ରାଉତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଆଇନଜୀବି ଭୂବନାନନ୍ଦ ଦାସ, ବଳରାମ ସାହୁ, ସରପଞ୍ଚ ଶୁଭସ୍ମିତା ଦାସ, ସମିତି ସଭ୍ୟା ସଞ୍ଜିତା ସେନାପତି, ଜିଲ୍ଲା ବିଜେଡି ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ, ସାଂସଦ ପ୍ରତିନିଧି ଗୋବିନ୍ଦ ସାହୁ, କୁଞ୍ଜ ବିହାରୀ ଦାସ, ଅଜୟ କୁମାର ମହାନ୍ତି, ମାନସ ଜେନା, ମନୋରଞ୍ଜନ ଦାସ, ଲେଲିନ ପ୍ରଧାନ, ବିଶ୍ୱନାଥ ଦାସ ମହାପାତ୍ର, ସୁଧୀର ପାତ୍ର, ରାଧାଶ୍ୟାମ ନାଥ ଓ ଭୂପତି ମିର୍ଦ୍ଧା ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ସଭା ପ୍ରାରମ୍ଭରେ ସପନ ଦାସ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ପୂର୍ବତନ ସମିତି ସଦସ୍ୟ ମଧୁସୂଦନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା