




ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ବରପୁତ୍ର ବକ୍ସି ଜଗବନ୍ଧୁଙ୍କ ନିର୍ଭିକ ଦାୟାଦ କାଳଜୟୀ ଯୁବନେତା ତଥା ରାଜ୍ୟ କଂଗ୍ରେସର ବର୍ଷିଆନ ଯୁବନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସାରା ରାଜ୍ୟରେ ଜାତୀୟ କଂଗ୍ରେସ ପକ୍ଷରୁ ସ୍ମରଣ ଦିବସ ପାଳନ ଓ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବାବେଳେ ଗଂଜାମ ଜିଲ୍ଲା ରେ ମଧ୍ୟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ସ୍ମରଣୀୟ ଦିବସ ପାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଡ.ତ୍ରିନାଥ ବେହେରାଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ସ୍ମରଣୀୟ ଦିବସରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଡ଼ଭୋକେଟ ଦୀପକ କୁମାର ପଟ୍ଟନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର, ବିଜୟ ରାଜ ପାଣିଗ୍ରାହୀ, ସିଲା ସୁପ୍ରିୟା, ଅସିତ ଶତପଥୀ, ସଦାନନ୍ଦ ମହାପାତ୍ର, ସ୍ୱରୂପ ପଟ୍ଟନାୟକ, ବୃନ୍ଦାବନ ଖଟେଇ ପ୍ରମୁଖ ଏହି ସ୍ମରଣୀୟ ଦିବସରେ ଅଂଶ ଗ୍ରହଣ କରି ଲୁଲୁ ମହାପାତ୍ରଙ୍କ ଗୁଣଗାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା