

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱର୍ଗତ ସାକୁରା ବେହେରାଙ୍କ ୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାକୁରା ବେହେରାଙ୍କୁ ଭଲ ପାଉଥିବା ଯୁବକ, ଛାତ୍ର ଏବଂ ସମର୍ଥକମାନଙ୍କ ପକ୍ଷରୁ ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ୫ ବର୍ଷ ହେଲା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଆସୁଛି । ଏହି ବର୍ଷ ମଧ୍ୟ ଅନୁଷ୍ଠିତ କରାଯାଇଛି । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଯୁବକ, ଛାତ୍ର ଓ ସାକୁରା ବେହେରାଙ୍କୁ ଭଲ ପାଉଥିବା ସମର୍ଥକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଦେବାଶିଷ ପଟନାୟକ, ଦୁର୍ଯ୍ୟ ପରିଡା, ଆଶିଷ ସାହୁ, ଗୋପାଳ ରାଓ, ରାଜ କୁମାର ନାୟକ, ସାଇରାମ ନାହାକ, ସୁମନ ବେହେରା, ମଣ୍ଟୁ ବେହେରା, ରାଜା ନାୟକ, ଏନ୍. ଦୀନବନ୍ଧୁ, ଟି. ରାମବାବୁ, କେ. ଦାଶରଥୀଙ୍କ ସମେତ ବହୁ ଯୁବକ ଓ ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






