ସ୍ୱର୍ଣ୍ଣଲେଖା କଳାବିକାଶ କେନ୍ଦ୍ରର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ସଂସ୍କୃତିରେ ନୃତ୍ୟଶିଳ୍ପ, ମଂଚ ନାଟକ ଓ ସଂଗୀତର ଗୁରୁତ୍ୱ ଏବେବି ଆମ ସମାଜରେ ପରିଲକ୍ଷିତ ହେଉଛି । ଏହା ଜୀବନରେ ଏକ ପ୍ରବାହ । ଛାତ୍ରଛାତ୍ରୀ ଜୀବନରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ନୃତ୍ୟ ସଂଗୀତକୁ ସମସ୍ତେ ଗ୍ରହଣ କରିଥାନ୍ତି । କିନ୍ତୁ ଏହି ନୃତ୍ୟ ସଂଗୀତ ଆମ ସଂସ୍କୃତିକୁ ଛାଡି ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ କରୁଥିବାରୁ ଆଗାମୀ ଦିନ ଭାରତୀୟ ସଂସ୍କୃତି ପ୍ରତି ବିପଦ ଦେଖା ଦେଇଛି ବୋଲି ଜଳେଶ୍ୱର ସ୍ଥିତ ସ୍ୱର୍ଣ୍ଣଲେଖା କଳାବିକାଶ କେନ୍ଦ୍ରର ବାର୍ଷିକ ଉତ୍ସବରେ ମତପ୍ରକାଶ ପାଇଛି । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଉପସଭାପତି ସୁବଳ ଚନ୍ଦ୍ର ପରିଡା ଅଧ୍ୟକ୍ଷତା କରି ଜଳେଶ୍ୱର ଓ ତାର ପାରିପାଶ୍ୱିର୍କ ପରିବେଶରେ ବେଶ୍ ଏକ ଉଚ୍ଚସ୍ଥାନ ଅଧିକାର କରିପାରିଛି ବୋଲି କହିଥିଲେ । ଏହାକୁ ଉଦ୍ଘାଟନ କରି ଅନୁଷ୍ଠାନର ଉପଦେଷ୍ଟା ତଥା ଫକୀମୋହନ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ସଂଗୀତ ଓ କଳା ମଣିଷକୁ ସ୍ୱପ୍ନ ରାଇଜକୁ ନେଇଯାଇପାରେ ଏବଂ ସମାଜରେ ଏକ କିର୍ତ୍ତାମାନ ଭାବେ ଉଦ୍ଦିଷ୍ଟ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଲାୟନ୍ସ କ୍ଲବର ସଂପାଦକ କପିଳେଶ୍ୱର ମହାନ୍ତି ଯୋଗ ଦେଇ ଜୀବନ ଯୌବନରେ ନୃତ୍ୟୁ ସଂଗୀତ ଓ ନାଟକର ମୂଲ୍ୟ ଆକଳନ କରାଯାଇଥାଏ ବୋଲି କହିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜବଲ୍ଲଭ ସାହୁ ସୂଚନା ପ୍ରଦାନ କରି ଉପାନ୍ତ ଅଂଚଳରେ ଏହି ଅନୁଷ୍ଠାନ ଓଡିଶା ଓ ପଶ୍ଚିମବଂଗ ସୀମାରେ ବଂଧୁତା ଓ ଭାଇଚାରା ସୃଷ୍ଟି କରିଥାଏ ବୋଲି କହିଥିଲେ । ବିଶିଷ୍ଟ ତବଲାବଦକ ମହେଶ୍ୱର ପ୍ରଧାନ ତାଙ୍କର ଜୀବନବ୍ୟପେୀ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ୰ ଡ. ଅତୁଲ କୁମାର ପାତ୍ର ଏହି ଅନୁଷ୍ଠାନ ନିର୍ମାଣ ପାଇଁ ସମସ୍ତ ସହାୟତ କରିଥିବା ସଭାରେ ଆଲୋଚିତ ହୋଇଥିଲା । ଶେଷରେ ଅନ୍ୟତମ ସଦସ୍ୟ ହରିବଲ୍ଲଭ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ଏହାକୁ ଅତୁଲ ପାତ୍ରଙ୍କ ସୁପୁତ୍ର ଅଶୋକ କୁମାର ପାତ୍ର ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା