




ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ଲୋକସଭା ଆସନରୁ ସ୍ୱାଧୀନପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ହୋଇପଡ଼ିଛନ୍ତି, ଭି.ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ ଏକ ବିରାଟ ଶୋଭାଯାତ୍ରାରେ ଶହଶ୍ରାଧିକ ଦଳିତବର୍ଗର ଲୋକଙ୍କ ଗହଣରେ ବାହାରି ଜିଲ୍ଲା ପରିଷଦ ଭବନ ର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ପହଞ୍ଚି ରିଟର୍ଣ୍ଣନିଙ୍ଗ ଅଫିସର୍ ଙ୍କ ହସ୍ତରେ ନିଜର ନାମାଙ୍କନପତ୍ର ଶୁକ୍ରବାର ଦାଖଲ କରିଛନ୍ତି ।ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ତାଙ୍କରି ରାଲିରେ ପ୍ରାୟତଃ ୧୨ଶହରୁ ଉର୍ଦ୍ଧ୍ବ ଲୋକଙ୍କ ସମେତ ବହୁ ସମର୍ଥକ, କର୍ମୀଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ଏପରିକି ତାଙ୍କରି ସହକର୍ମୀ ଓ ସମର୍ଥକଗଣ ଙ୍କ ସ୍ଲୋଗାନ ଭିତ୍ତିରେ ଏଠାରେ ଶ୍ରୀ ନାଇଡୁ ନିଜର ଦବଦବା ପ୍ରଦର୍ଶନ କରିଥିବା ଦେଖାଦେଇଛି । ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ରିଟର୍ଣ୍ଣନିଙ୍ଗ ଅଫିସର୍ ଦାୟିତ୍ଵରେ ଥିବା ଜିଲ୍ଲା ପରିଷଦ ର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ମଧୁସ୍ମିତା, ଆଇ.ଏ.ଏସ. ଙ୍କ ନିକଟରେ ସ୍ଵାଧୀନପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜଣେ ସ୍ୱାଧୀନପ୍ରାର୍ଥୀ ଭାବେ ନାଇଡୁ ବାବୁ ଏଭଳି ଦବଦବା ପ୍ରଦର୍ଶନ କରିବା ଏକ ନିଆରା ପରି ମନେ ହୋଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା