ସ୍ୱାବ ସଂଗ୍ରହକାରୀ ଭ୍ୟାନକୁ ଜିଲ୍ଲାପାଳ କଲେ ଉଦଘାଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାରେ ୩୨୦ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୩୪୧୬ରେ ପହଂଚିଥିବା ଥିବା ବେଳେ ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଏଣୁ ରାତି ପାହିଁଲେ କରୋନାକୁ ନେଇ ଗଞ୍ଜାମ ଜିଲ୍ଲା ଟେନ୍ ସନ୍ ବଢାଉଛି । ପ୍ରତିଦିନ ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଉ ସେପଟେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପୁରା ଦମ୍ ରେ ଲାଗି ପଡ଼ିଛନ୍ତି । ଆଜି ବିଏମସି ପରିସରରେ ନମୁନା ସଂଗ୍ରହର ଏକ ମୋବାଇଲ୍ ଭ୍ୟାନକୁ ଜିଲ୍ଲାପାଳ ଉଦଘାଟନ କରିବା ସହ କୋଭିଡ୍ କେୟାର ସେନଂଟରରେ ଆହୁରି ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବା ସହ ପଂଚାୟତରେ ୧୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି । ସେପଟେ ୫ଦିନିଆ ସଟ୍ ଡାଉନ୍ ଭିତରେ ଘରକୁ ଘର ବୁଲି ମେଡିକାଲ ଟିମ୍ ତଥ୍ୟ ସଂଗ୍ରହ କରୁଛନ୍ତି ଓ ସମସ୍ତେ ସହଯୋଗରେ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଥରେ ନିବେଦନ କରିଛନ୍ତି । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ସିଡିଏମଓ ଡ. ଉମା ଶଙ୍କର ମିଶ୍ର, ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉ ସାହେବ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା