ସ୍ୱାଭାବିକ ହୋଇଛି ଗୋପାଳପୁର ବନ୍ଦରର ପଣ୍ୟ ପରିବହନ କାର୍ଯ୍ୟ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦରର ପଣ୍ୟ ପରିବହନ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଗୋପାଳପୁର ବନ୍ଦରର ଆବଶ୍ୟକ ନିରାପତ୍ତା ଅନୁଧ୍ୟାନ ପରେ ବାଣିଜ୍ୟ କାରବାର ପୁଣି ଆରମ୍ଭ ହୋଇଯାଇଛି । ସାମୁଦ୍ରିକ ଝଡ ‘ଫନି’ ମେ’ ୩ ତାରିଖ ସକାଳୁ ଗୋପାଳପୁର ବନ୍ଦର ଅତିକ୍ରମ କରିଥିଲା । ଫନି ପାଇଁ ବନ୍ଦରର ବାଣିଜ୍ୟିକ ପରିବହନ କାର୍ଯ୍ୟ ବନ୍ଦ ରହିଥିଲା । ଏହାର ପ୍ରବାହରେ ଗୋପାଳପୁର ବନ୍ଦର ଇଲାକାରେ କୌଣସି ପ୍ରକାର ଧନ ଜୀବନ କ୍ଷୟକ୍ଷତି ଘଟି ନାହିଁ । ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ପରେ ମେ’ ୪ ତାରିଖ ଅପରାହ୍ନରୁ ବାଣିଜ୍ୟ ପରିବହନ କାରବାର ଆରମ୍ଭ କରାଯାଇଛି । ଏ ନେଇ ବନ୍ଦର କର୍ତ୍ତୃପକ୍ଷ ପ୍ରେସ ବିବୃତି ଯୋଗେ ସୂଚନା ଦେଇଛନ୍ତି । ଗୋପାଳପୁର ବନ୍ଦର ଡେପୁଟି ଭାଇସ ପ୍ରେସିଡେଣ୍ଟ ତଥା ବ୍ୟାପାର ଓ ଯୋଗାଯୋଗ ଅଧିକାରୀ ଜଗଦୀଶ ଚନ୍ଦ୍ର ରାଉତ ପ୍ରେସ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା