

ଢେଙ୍କାନାଳ (ସମୃଦ୍ଧ ଓଡିଶା)ସ୍ୱାମୀସ୍ତ୍ରୀ ନିଘୋଡ଼ ନିଦ୍ରାରେ ଥିବା ବେଳେ କାନ୍ଥ ଭାଙ୍ଗି ଘରେ ପଶିଲା ବଣୁଆ ହାତୀ ତାପରେ କଣ ହେଲା ଶୁଣିଲେ ଶରୀରର ରୁମ ଟାଙ୍କୁରି ଯିବ। ରାତିରେ ନିଘୋଡ଼ ଶୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଘରେ ହାତୀ ପଶିଗଲା ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତା ମହିଳା ହେଲେ ସଜନୀ ପ୍ରଧାନ। ତାଙ୍କ ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ବାନ୍ଧବ ଗାଁ ମାଟିଆ ସାହିରେ। ସ୍ୱାମୀସ୍ତ୍ରୀ ଘରେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହାତୀ ଘରର କାନ୍ଥ ଭାଙ୍ଗି ସେମାନଙ୍କୁ ଆକ୍ରମଣ କରିଥିଲା ଏଭଳି ଘଟଣା ଏହି ଅଞ୍ଚଳରେ ବାରମ୍ବାର ଘଟୁଥିଲେ ସୁଦ୍ଧା ପ୍ରଶାସନ କର୍ଣପାତ କରୁ ନ ଅଭିଯୋଗ ହେଉଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସଜନୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତ କିଛି ଦିନ ଧରି ହାତୀ ପାଇଁ ଏହି ଅଞ୍ଚଳରେ ଆତଙ୍କ ଦେଖାଦେଇ ଥିଲେ ସୁଦ୍ଧା କିଛି ଆଶୁ ପଦକ୍ଷେପ ନିଆ ଯାଉ ନ ଥିବା ଘୋର ଉଦବେଗର କାରଣ ହୋଇଛି ।
ରିପୋର୍ଟ : ଶୁଭମ ପାଣି