ସ୍ୱାସ୍ଥ୍ୟକୁ ‘ଥ୍ରୀ ଡି’ର ପରିସୀମା ଉଦ୍ଧ୍ୱର୍ରେ ଚିନ୍ତାକରିବାପାଇଁ ଓଡ଼ିଶାର ସ୍ୱାସ୍ଥ୍ୟକର୍ମୀଙ୍କ ଆବେଦନ

ଭୁବନେଶ୍ୱର(ଆକାଶ ମିଶ୍ର ) -ସେପଟେମ୍ବର ୨୨-୨୩ ତାରିଖରେ ରାୟପୁରଠାରେ ଅନୁଷ୍ଠିତ ତୃତୀୟ ଜାତୀୟ ସ୍ୱାସ୍ଥ୍ୟ ପରିଷଦରେ ଓଡ଼ିଶାରୁ ୮୦ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରତିନିଧିତ୍ୱ କରିଥିଲେ । ଜନସ୍ୱାସ୍ଥ୍ୟ ଅଭିଯାନ, ଓଡିଶାର ଆବାହକ ଶ୍ରୀ ଗୌରାଙ୍ଗ ମହାପାତ୍ରଙ୍କ ନେତୃତ୍ୱରେ ଯୋଗଦେଇଥିବା ଏହି ଦଳ କିପରି ଜାତୀୟ ଦରବାରରେ ଓଡିଶାର କଥା ଭଲଭାବେ ଉପସ୍ଥାପିତ ହୋଇପାରିବ ତାହା ନିଶ୍ଚିତ କରିଥିଲେ । ସଦ୍ୟ ସମାପିତ ଏହି ସ୍ୱାସ୍ଥ୍ୟ ମହାକୁମ୍ଭରେ ଦେଶର ବିଭିନ୍ନ ପାନ୍ତରୁ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷାବିତ୍, ଗବେଷକ, ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟପାଇଁ ସମର୍ପିତ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସ୍ୱେଚ୍ଛାକୃତ ଅଂଶଗ୍ରହଣ କରିଥିଲେ । ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ୱାସ୍ଥ୍ୟ ରାଜ୍ୟ ତାଲିକାର ଅର୍ନ୍ତଭୁକ୍ତ ହୋଇଥିଲାବେଳେ ରାଜ୍ୟ ସରକାରଙ୍କ ଗତାନୁଗତିକ ଚିରାଚରିତ ସ୍ୱାସ୍ଥ୍ୟ ଆଭିମୁଖ୍ୟପାଇଁ ପ୍ରତିନିଧିମାନେ ଚିନ୍ତାବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାରେ କୌଣସି ଆଖିଦୃଶିଆ ନୂତନ ପଦକ୍ଷେପ ସରକାର ଅନୁସରଣ କରିନାହାଁନ୍ତି । ସମ୍ପୂର୍ଣ୍ଣ ଭର୍ଟିକାଲ ବା ଉଦ୍ଧ୍ୱର୍ମୁଖା ସ୍ୱାସ୍ଥ୍ର୍ୟ କାର୍ଯ୍ୟକ୍ରମ ଔଷଧ, ଡାକ୍ତର ଏବଂ ରୋଗ ଭିତରେ ସିମୀତ ରହୁଛି । ସରକାରୀ ଉଦାସୀନତା ପାଇଁ ଆଜି ମଧ୍ୟ ଓଡିଶାର ଦୂର ଦୂରାନ୍ତ ଏବଂ ଅପହଂଚ ଇଲାକାର ଲୋକମାନେ ସର୍ବନିମ୍ନ ମୌଳିକ ସ୍ୱାସ୍ଥ୍ୟସେବାରୁ ବଂଚିତ ଏବଂ ଚିକିସôାପାଇଁ ଅର୍ଥଖର୍ଚ୍ଚର ବୋଝ ତଳେ ଚାପି ହୋଇଯାଉଛନ୍ତି । ଶୀ୍ର ମହାପାତ୍ର ମଧ୍ୟ ୨୪ ତାରିଖରେ ଅନୁଷ୍ଠିତ କାତୀୟ ସମନ୍ୱୟ କମିଟିରେ ଯୋଗଦେଇ କହିଥିଲେ ଓଡ଼ିଶାର ସ୍ୱାସ୍ଥ୍ୟକର୍ମୀ ଏବଂ ସମଭାବାପନ୍ନ ନାଗରିକ ସମାଜର ପ୍ରତିନିଧିମାନେ ଯେପର୍ଯ୍ୟନ୍ତ ସମାଜର ସବୁଠାରୁ ଅଭାବୀ ଏବଂ ସବୁଠାରୁ ଅବହେଳିତ ବର୍ଗ ଦେୟମୁକ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିନାହାଁନ୍ତି ସେପର୍ଯ୍ୟନ୍ତ ଲଢେଇ ଜାରୀ ରଖିବେ । ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’ କଦାପି ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏହା ଏକ ଯାତ୍ରା । ଅବିଳମ୍ବେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଖରେ ପହଂଚୁ । ଆସନ୍ତା ନଭେମ୍ବର ୧୫-୧୯ ତାରଖ ପର୍ଯ୍ୟନ୍ତ ବାଙ୍ଗଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସ୍ୱାସ୍ଥ୍ୟ ପରିଷଦରେ ଓଡ଼ିଶାରୁ ଏକ ପ୍ରତିନିଧି ଦଳ ଯାତା୍ରକରିବେ । ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ସେବାକୁ ମୌଳିକ ଅଧିକାର ଭାବେ ଗ୍ରହଣ କରିବାପାଇଁ ଦାବି କରିବେ ।ଅନ୍ୟ ମାନଙ୍କ ମଧ୍ୟରେ ତାପସୀ ପ୍ରହରାଜ, ବିଜୟଲକ୍ଷ୍ମୀ ରାଉତରାୟ, ସନ୍ତୋଷ ପାତ୍ର, ଚିତରଞ୍ଜନ ହୋତା, ହରିଦାସ ପଟେଲ, ଗୌରିଶ୍ୟାମ ପଣ୍ଡା, ରାଜକିଶୋର ମିଶ୍ର, ସତ୍ୟ ପଟ୍ଟନାୟକ, ଡ଼ଲି ଦାସ, ଡି. ସ୍ୱରୂପା, ବିକ୍ରମ ସ୍ୱାଇଁ, ବୁଲବୁଲ ସ୍ୱାଇଁ ଏବଂ ଅଜୟ ତୀ୍ରପାଠୀ ପ୍ରମୁଖ ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ ।