ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଢେଙ୍କାନାଳ ଲକ୍ଷ୍ମୀପୂଜାରେ ୫ଟି ଆଶୁ ଚିକତ୍ସା କେନ୍ଦ୍ର ଖୋଲାଯାଇଛି

ଢେଙ୍କାନାଳ(ଶୁଭମ ପାଣି)ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଢେଙ୍କାନାଳ ଲକ୍ଷ୍ମୀପୂଜା ବଜାରରେ ୫ଟି ଆଶୁ ଚିକିଷାକେନ୍ଦ୍ର ଖୋଲାଯାଇଛି । ଇନ୍ଦିରାଗାନ୍ଧୀ ସୁପର ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ଡାକ୍ତର ବ୍ରହ୍ମାନନ୍ଦ ମହାରଣା, ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀକାନ୍ତ କୁମାର ସାହୁ ଓ ସ୍ୱାସ୍ଥ୍ୟକର୍ମୀ ସରୋଜ କୁମାର ଧଳ ଉପସ୍ଥିତ ରହି ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କରୁଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଲକ୍ଷ୍ମୀପୂଜା ଦିନ ଠାରୁ ଆରମ୍ଭ ହୋଇଛି । ଏହା ଆଗାମୀ ୪ତାରିଖରେ ଶେଷ ହେବ । ପୂଜା ଉତ୍ସବ ମୁଖର ହୋଇଥିବାରୁ ଭକ୍ତମାନଙ୍କର ପ୍ରାଥମିକ ଚିକତ୍ସା ପାଇଁ ଏହା ଉଦ୍ଧିଷ୍ଟ ବୋଲି ଜଣାପଡିଛି ।