ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାକୁ ସୁଧାରିବା ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୮୯ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ତଥା ସ୍ୱାସ୍ଥ୍ୟ ବିକାଶ ସମିତି ଅଧ୍ୟକ୍ଷକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସୁଧାରିବା ନିମନ୍ତେ ଦାବି ନେଇ ୮୯ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବିଗୁଡିକ ହେଲା –
୧ – ଦକ୍ଷିଣ ଓଡ଼ିଶାର ଏକମାତ୍ର ମୁଖ୍ୟ ଚିକିତ୍ସାଳୟ ଏମକେସିଜି ମେଡିକାଲ । ଏହି ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଆସୁଛନ୍ତି . ତଥାପି ମୌଳିକ ଚିକିତ୍ସାଗତ ତ୍ରୁଟି ଗଡିକର ସମାଧାନ କରିବା ପରିବର୍ତ୍ତେ ରୋଗୀଙ୍କୁ ଚିକିତ୍ସାଗତ ଅବହେଳା ସହ ଦୁର୍ବ୍ୟବହାର କରାଯାଉଛି । କିଛି କର୍ମଚାରୀଙ୍କ ଆଚରଣ ରୋଗୀଙ୍କୁ ଦୟା ଦେଖାଇବା ଭଳି ଜଣାପଡୁଥିବା ବେଳେ ଆଉ କିଛି ରୋଗୀଙ୍କୁ ହୁକୁମ ଦେବା ଭଳି କଥାବାର୍ତ୍ତା କରାଯାଉଛି । ଏଣୁ ଏପ୍ରକାର ଅସାଧୁ କର୍ମଚାରୀଙ୍କୁ ଠାବ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୨ – ଆଞ୍ଚଳିକ ନିଦାନ କେନ୍ଦ୍ର (Regional Diagnostic Centro) ପୂର୍ଣ୍ଣଭାବେ, କାର୍ଯ୍ୟକ୍ଷମ ହେଉନଥିବା, ରୋଗୀଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରାଯାଉନଥିବାରୁ ଚିକିତ୍ସା ପାଇବାରେ ଅଶେୟ ବିଳମ୍ବ ହୋଇ ରୋଗୀ ସଂକଟମୟ ପରିସ୍ଥିତିକୁ ଚାଲିଯାଉଥିବା ସହ ବେଳେବେଳେ ମୃତ୍ୟୁମୁଖରେ ମଧ୍ୟ ପଡିଯାଉଛନ୍ତି । ଏଣୁ ଏହି RDCକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ସୁବ୍ୟବସ୍ଥା କରାଯାଉ ।
୩ – ଏହି ନିଦାନ କେନ୍ଦ୍ରରେ ସିସିକ୍ୟାମେରା ସଂଯୋଗ କରାଯାଉ ।
୪ – ମହିଳା ଓ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଧାଡିରେ ଯଥାଶୀଘ୍ର ସୁବିଧା ପ୍ରଦାନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଉ ।
୫ -ରକ୍ତ ନମୁନା ଆଣୁଥିବା ରୋଗୀଙ୍କୁ ପ୍ରଥମେ ପରୀକ୍ଷା ଓ ରିପୋର୍ଟ ପ୍ରଦାନ କରାଯାଉ ।
୬ – ପରୀକ୍ଷା କେନ୍ଦ୍ର ଗୁଡ଼ିକଙ୍କ ଠିକ ସମୟରେ ଖୋଳାଯାଉ ।
ଏହି ସମସ୍ତ ଦାବୀଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା