ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଗୋଷ୍ଠୀ ସଂକ୍ରମଣକୁ ଆଖିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଳକର ୨ଟି ସଂଦିଗ୍ଧ ସ୍ଥାନରୁ ୧୩୬ଜଣଙ୍କର ସ୍ୱାବ ପରୀକ୍ଷା ଲାଗି ପଠାଯାଇଥିବା ଜଣାଯାଇଛି । ଜମାଳପୁର ଓ କୋଟସାହିର ଅନତି ଦୂରରେ ଚୋରମରାରୁ ୬ଜଣଙ୍କ କରୋନା ପଜେଟିଭ୍ ଦେଖାଦେଇଥିବା ଏବଂ ସେଠାରେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦେଇ ଜମାଳପୁର ଓ କୋର୍ଟସାହିରୁ ୫୦ଜଣଙ୍କର ସ୍ୱାବ ଗ୍ରହଣ କରାଯାିଥିବାର ଡା. ପ୍ରଭାସ ଚନ୍ଦ୍ର ନାୟକ କହିଛନ୍ତି । ସେହିପରି ପଶ୍ଚିମବଂଗକୁ ଲାଗି ଲକ୍ଷ୍ମଣନାଥ ଥିବାରୁ ଏବଂ ସେଠାରେ ଗୋଟି କରୋନା ପଜେଟିଭ୍ ବାହାରିଥିବାରୁ ଲକ୍ଷ୍ମଣନାଥ ଓ ଗୋବରଘଣ୍ଟା ଅଂଚଳରୁ ୮୬ଜଣଙ୍କର ସ୍ୱାବ ଟେଷ୍ଟ ସଂପର୍କରେ ଡ. ନାୟକ ସୂଚନା ଦେଇଛନ୍ତି । ନିର୍ଦ୍ଦିଷ୍ଟ ସ୍ଥାନର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଆୟୁଷ ଡାକ୍ତର ମୋହନ ଲାଳ୍ ମହାନ୍ତି, ବିଡିଓ ଦୀପ୍ତିରଂଜନ ସେଠୀ, ପିଏଚ୍ଇଓ ଫକୀର ମୋହନ ପ୍ରଧାନ, ବିପିଏଲ୍ ସ୍ମିତା ପ୍ରମାଣିକ ପ୍ରମୁଖ ଏଥିରେ ସହାୟତା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା