ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ ଟିମର ସ୍ଥାନୀୟ ଶାଖା ତଥା ବୈକୁଣ୍ଠ ନଗର ସ୍ଥିତ ଜାଗୃତି ଆଶ୍ରମ ପ୍ରମୁଖ ଆଚାର୍ଯ୍ୟ ଜୟ ଶିବାନନ୍ଦ ଅବଧୂତଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର କେତେକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ବଦାନ୍ୟ ଲୋକମାନଙ୍କ ଠାରୁ ଚୁଡା, ଚାଉଳ, ଡାଲି, ତେଲ, ପନିପରିବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପଇସା ଏବଂ ଜରି ଆଦି ସଂଗ୍ରହ କରି ଏକ ମିନିଟ୍ରକ, ଏକ କାର ସମେତ ଜିଲ୍ଲା ପ୍ରଶାସନ ତଥା ପୋଲିସ ବିଭାଗର ସହଯୋଗ କ୍ରମେ ଏକ ଏସକୋର୍ଟ ଗାଡିର ସହାୟତାରେ ଏଠାରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କଣ୍ଟ୍ରୋଲ ରୁମ ପରାମର୍ଶ କ୍ରମେ ଫନି ବାତ୍ୟା ପ୍ରପୀଡ଼ିତ ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇବା ପାଇଁ ନିଯୁକ୍ତି ଅଛନ୍ତି । ଉକ୍ତ ରିଲିଫ କାମରେ ନିଯୁକ୍ତ ଗାଡି ଗୁଡିକ ଗତକାଲି ଦିବା ୧୨.୩୦ମିରେ ଏଠାରୁ ବାହାରି ଅପରାହ୍ନ ସୁଦ୍ଧା ଭୁବନେଶ୍ୱରସ୍ଥ ଆନନ୍ଦମାର୍ଗର ରାଜ୍ୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରୁ କେତେକ ରାଜ୍ୟସ୍ତରି ସ୍ଵେଛାସେବି ଏବଂ ପିଇବା ପାଣି ବୋଝେଇକୁ ସାଥିରେ ଧରି ଯାଇଥିଲେ । ଏହି ରିଲିଫ କାମରେ ସି.ଏ.ସି, ୱାଇ.ଏସ.ଡି, ସଂସାର, ପ୍ରୋଗ୍ରେସ ଆଦି ସଂସ୍ଥା ତରଫରୁ ଡ଼ଃ ଗୁରୁଚରଣ ପାତ୍ର, ବିଭୁ ପ୍ରସାଦ ସାହୁ, ରମେଶ ଚନ୍ଦ୍ର ସାହୁ, ସରୋଜ ରଞ୍ଜନ ପଟ୍ଟନାୟକ, ସମେତ ସମାଜସେବୀ କୈଳାସ ସାହୁ (ବଜରଂଗୀ ଭାଇ) ଦୈନିକ ପତ୍ରିକା ଆଜିକାଲି ଜିଲ୍ଲା ପ୍ରତିନିଧି ରବି ରାଉତରାୟ. ଅମୃତ ଦୁନିଆ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟନାରାୟଣ ବେହେରା, ଜାଗୃତି ଆଶ୍ରମ ସଂଯୋଗ ଉମାପ୍ରସାଦ ବିଷୋୟୀ, ଗୌରୀ ଶଙ୍କର ମହାନ୍ତି, ଶ୍ରୀମତୀ ଗାୟତ୍ରୀ ଦେବୀ ପ୍ରମୁଖ ଶ୍ରମଦାନ କରିବା ପାଇଁ ଯୋଗଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୋଗାଯୋଗ ହୋଇପାରୁ ନଥିବାରୁ ସବିଶେଷ ବିବରଣୀ ପ୍ରଦାନ କରାଯାଇପାରୁ ନାହିଁ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା