

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଆଜି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମପଞ୍ଚାୟତର ସବରସାହି ଏବଂ ନୂଆସହି ଠାରେ ଅନୁଷ୍ଠିତ କରାଯାଇ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ, ସାବୁନ ଓ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ସଂଗଠନର ସମସ୍ତ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା



