

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଜ୍ଞାପିତ ପରିଷଦ ତରଫରୁ କୋଭିଡ-୧୯ ବା କରୋନା ଯୋଗୁଁ ବର୍ତ୍ତମାନ ବହୁ ସଂଖ୍ୟାରେ ଲୋକେ କାମ ପାଇ ପାରୁ ନାହାନ୍ତି ଏବଂ ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି l ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଭଞ୍ଜନଗର ଭେଜିପୁଟ ଖ୍ରୀଷ୍ଟିଆନ ସାହିର ପୁରୁଣା ପୋଖରୀ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ସେଠାରେ ମା ବିରଜା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବୃକ୍ଷରୋପଣ କରିଥିଲେ l ତାପରେ ପାତ୍ର କଲୋନୀରେ ଥିବା ଗାୟତ୍ରୀ ମନ୍ଦିର ନିକଟରେ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବୃକ୍ଷରୋପଣ କରିଥିଲେ ଏବଂ ଏଥିରେ ଭଞ୍ଜନଗର ଏନ୍ ଏସିଇ ଓ ଚିନ୍ମୟ ଆଚାର୍ଯ୍ୟ, ସିଓ ଅଞ୍ଜଳି ପଣ୍ଡା ଏବଂ ଦିଲୀପ ସ୍ୱାଇଁ ପରିଚାଳନା କରିଥିଲେ l ଏହା ସହିତ ସ୍ୱଚ୍ଛସାଥୀ ଗୀତାଞ୍ଜଳି ତ୍ରିପାଠୀ, ସୁପରଭାଇଜର ରୋଜାଲିନ ଜେନା ସହଯୋଗ କରିବା ସହ ବନ ବିଭାଗର ଏସିଏଫଏମ. ମୋତିଲାଲ ଓ ଶୂଳପାଣି ଶତପଥି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ଶେଷରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ l ପରିଶେଷରେ ଶ୍ରୀ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ l ଏହି ଚାରାରୋପଣ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ସହିତ ଚଳିତ ମାସରେ ବନ ବିଭାଗର ଏସିଏଫ, ଏନ୍ ଏସିଇ ଓ ନିଜ ନିଜର ଭଞ୍ଜନଗର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିଲେ ବୋଲି ଜଣାଯାଇଛି l
ରିପୋର୍ଟ – ନିଲୁ ବିଷୋୟୀ
