ସ୍ୱୟଂ ସିଦ୍ଧ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ଓ ମା’ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଗୋଇଲୁଣ୍ଡି ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସ୍ୱୟଂ ସିଦ୍ଧ ଟ୍ରଷ୍ଟ ” ପକ୍ଷରୁ ଆଜି ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି । ଅରବିନ୍ଦନଗର ସ୍ଥିତ ମା ‘ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ଏହି ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ସମ୍ପର୍ଣ ହୋଇଥିବା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଏହି ଟ୍ରଷ୍ଟର ଅନୁରୋଧ କ୍ରମେ ଏହି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗତ ସୋମବାର ଦିନ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିଥିଲେ । ଏହି ପ୍ରତିଯୋଗିତା ଟ୍ରଷ୍ଟ ସଂଯୋଜକ ଆଡ଼ଭୋକେଟ ସୁମିତ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ  ବିଦ୍ୟାଳୟର ଗୁରୁଜୀଗୁରୁମାମାନଙ୍କ ଦ୍ୱାରା ପରିଚାଲିତ  ହୋଇଥିଲା  । ଏଥିରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧ମ , ୨ୟ, ୩ୟ ଏବଂ  ସେପରି ପ୍ରବନ୍ଧ ପ୍ରତିଯୋଗିତାରେ  ୧ମ , ୨ୟ, ୩ୟ  ଏଭଳି ୬ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା । ଆଜି ଏହି ପବିତ୍ର ଦିବସରେ ଟ୍ରଷ୍ଟ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଛି ।  ସୁତରାଂ  ଆଜି ଏହି ମା ‘ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ବିଦ୍ୟାଳୟ ଓ ଏହି ସ୍ୱୟଂ ସିଦ୍ଧ ଟ୍ରଷ୍ଟ ମିଳତି ଭାବେ ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରିଛନ୍ତି । ବ୍ରହ୍ମପୁର କୋର୍ଟପେଟା ଶାଖା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀମତୀ ଇତିଶ୍ରୀ ନାୟକ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସ୍ୱୟଂସିଦ୍ଧ ଟ୍ରଷ୍ଟ ଚେୟାରମ୍ୟାନ ଚନ୍ଦ୍ରଶେଖର ପଟ୍ଟନାୟକ , ସମ୍ପାଦକ ସୁକାନ୍ତ କୁମାର ଗୌଡ଼ , ସଦସ୍ୟ ପ୍ରଦୀପ କୁମାର ବେହେରା , ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ଅଧ୍ୟକ୍ଷ କିରଣ କୁମାର ପଟ୍ଟନାୟକଙ୍କ ସମେତ ଶ୍ରୀମତୀ କୁନି ପାଢ଼ୀ , ରଞ୍ଜନ କୁମାର ସାହୁ ବିଭିନ୍ନ ଅତିଥି ରୂପେ ଯୋଗଦେଇ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ  ଉଦବୋଧନ ଦେଇ ସ୍ୱାଧୀନତା ପରେ ଦେଶର ବିକାଶ ବିଷୟରେ ବୁଝାଇ ଥିଲେ । ବିଦ୍ୟାଳୟ ଗୁରଜୀ ଗୁରୁମା ମାନେ ସ୍ୱାଧୀନତା ଦିବସ ପାଳନ ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟଯେ ୧୧୭ଥର ରକ୍ତ ଦାନ କରି ପୁର୍ଣ୍ୟ ଅର୍ଜନ ସହ ବହୁ ଜୀବନ ବଞ୍ଚାଇ ଥିବାରୁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ମୁଖ୍ୟ କିରଣ କୁମାର ପଟ୍ଟନାୟକଙ୍କୁ ଏହି ଉତ୍ସଵରେ  ସ୍ୱୟଂ ସିଦ୍ଧ ଟ୍ରଷ୍ଟ ପକ୍ଷରୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା ।