![ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ…](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.09-PM.jpeg?fit=960%2C1280&ssl=1)
ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ସଂକେଶ ଠାରେ ସଡ଼କ ଦୁର୍ଘଟଣା ୩୨୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ କୁଡ଼ିଆ ଘର ଉପରେ ମାଡ଼ିଯିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦ୍ରୁତଗତିରେ ଯାଉଥିବା କାର (ଓଆର ୧୮ସି ୨୭୬୧, ମାଲିକ: ନରସିଂହ ପ୍ରଧାନ) କୁଡ଼ିଆ ଉପରକୁ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ରାୟଗଡା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିଥିବା ବେଳେ ଆହତ ୨ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରୁଛନ୍ତି । ମୃତକଙ୍କ ପରିଚୟ ମିଳ ନଥିବା ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ତ କାର ଜବତ କରି ଘଟଣାର ତଦନ୍ତ କରୁଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.16-PM.jpeg?resize=577%2C1024&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.15-PM-1.jpeg?resize=640%2C360&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.17-PM.jpeg?resize=640%2C361&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.15-PM.jpeg?resize=640%2C728&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.14-PM.jpeg?resize=640%2C414&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-06-at-2.20.09-PM-1.jpeg?resize=640%2C678&ssl=1)