

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହର ସ୍ଥିତ ଗଙ୍ଗା ଗେରେଜ ଛକ ନିକଟରେ ମର୍ମାହତ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ବିରନାରାୟଣପୁର ଗ୍ରାମର ରୋଜିଓ କୋଣ୍ଡାଗିରି । ସୂଚନାନୁଯାୟୀ ରୋଜିଓ ଏକ ପଲ୍ସର ବାଇକରେ ଯାଉଥିବା ବେଳେ ସେହି ସମୟରେ ରାସ୍ତା କଡରେ ଥିବା ପିକ୍ପ ଭେନର ଡ୍ରାଇଭର ନିଜ ଗାଡ଼ିର କବାଟ ଖୋଲି ଦେବା ଯୋଗୁଁ ରୋଜିଓ ବାଇକ୍ ରୁ ପଡ଼ିଗଲେ ଫଳରେ ପଛରୁ ଆସୁଥିବା ଟ୍ରକ୍ ଟି ତାଙ୍କ ଉପରେ ଚଢ଼ିଗଲି ତେବେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ଏହି ଘଟଣାକୁ ନେଇ ସେହି ସ୍ଥାନରେ ଉତେଜନା ସୃଷ୍ଟି ହୋଇଥିଲା ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ପରେ ଘଟଣା ସ୍ଥଳରେ ରାୟଗଡା ଏସ୍ ପି ସହ କିଛି ପୋଲିସ ଅଧିକାରୀ ପହଞ୍ଚି ଉତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉକ୍ତ ରାସ୍ତାରେ ଯାତାୟତ ସ୍ବଭାବିକ ହୋଇଥିଲା । ମୃତ ଦେହକୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେଙ୍କୁ ହସ୍ତାନ୍ତର କରିବ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
