
ଭୁବନେଶ୍ୱର (ସମୃଦ୍ଧଓଡିଶା)ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି I ୧୯୯୫ ମସିହାରେ ପତ୍ନୀକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିଲେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ I ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି I ଆଗାମୀ ୨୭ ତାରିଖରେ ଦଣ୍ଡବିଧାନର ଶୁଶାଣି ହେବ I ୧୯୯୫ ମସିହାରେ ଭୁବନେଶ୍ୱର ତାଙ୍କ ବାସଭବନରୁ ମିଳିଥିଲା ତାଙ୍କ ପତ୍ନୀଙ୍କ ମୃତଦେହ I ୨୮ବର୍ଷ ଧରି ମାମଲା ଚାଲିଥିଲା ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ I ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର କୋର୍ଟ I