

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ସ୍ଥିତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଉସ୍ତାଳି ଗ୍ରାମରେ ଆଜି ଏନଏସିର ପ୍ରାକ୍ତନ ନଗର ପାଳ ହର ପ୍ରସାଦ ସାହୁଙ୍କ ତତ୍ବାବଧାନରେ ଏବଂ ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନିୟ ସମିତି ସଭ୍ୟା ପୁଷ୍ପାଞ୍ଜଳୀ ଦାସ ହନୁମାନ ମୂର୍ତ୍ତୀର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ବେଦପାଠ ଓ ଭୁମି ପୂଜନରେ ଆଧ୍ୟାମ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । କରୋନାର ତୃତୀୟ ଲହରୀ ଆସୁଥିବା ବେଳେ ସଂକ୍ରମଣରୁ କିଭଳି ଗ୍ରାମବାସୀ ରକ୍ଷା ପାଇବେ ସେ ଉପରେ ଲୋକଙ୍କୁ ସଚେତନ କରାଇଥିଲେ ଗଞ୍ଜାମ ଜିଲ୍ଲା ବିଜେଡି ସଧାରଣ ସମ୍ପାଦକ ହରପ୍ରସାଦ ସାହୁ । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଆବାଳବୃଦ୍ଧ ବନିତା ଯୋଗଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
