

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି କାଳିପୁଲି ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ସରପଞ୍ଚ ଶ୍ରୀରାମଚନ୍ଦ୍ର ବେହେରାଙ୍କ ନେତୃତ୍ୱରେରେ ମହିଳା ସଂଘର ସଭ୍ୟା ମାନେ ଗାଁର ଚିକିତ୍ସା କେନ୍ଦ୍ର ବିଦ୍ୟାଳୟ ଆଶ୍ରୟସ୍ଥଳୀ ମନ୍ଦିର ଗାଁ ରାସ୍ତା ସହ ବିଭିନ୍ନ ସ୍ଥାନରେ ସଫା କରିବା ସହ ବ୍ଲିଚିଙ୍ଗ ପକାଇ ସଫା କରିଥିଲେ । ପ୍ରତେକ ଘରେ ଯାଇ ସଚେତନ କରାଇ କିଭଳି ଡେଙ୍ଗୁ ମେଲେରିୟା ହୋଇଜା ଠାରୁ ଦୂରେଇ ରହିବେ ମହିଳା ସଂଘର କର୍ମୀମାନେ ଜଣାଇଥିଲେ । ଆଗାମୀ ଦିନରେ ଏକ ସ୍ୱଚ୍ଛ ଗାଁ ଭାବେ ହରିପୁର ଗ୍ରାମ କେମିତି ସାରା ରାଜ୍ୟରେ ପରିଚିତ ହେବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି ସରପଞ୍ଚ ଶ୍ରୀ ବେହେରା କହିଥିଲେ । ଏହିଭଳି ମହିଳା ସଂଘ ତରଫରୁ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ସ୍ୱାଗତ ଜଣାଇଥିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ଗ୍ରାମର ବରିଷ୍ଠ ନାଗରିକ ମାନେ । ଆଗାମୀ ଦିନରେ ବି ଏହି ସ୍ୱଚ୍ଛ ଭାରତ ଅଭିଯାନ ଜାରି ରହିବ ବୋଲି ଜଣାଇଛନ୍ତି ମହିଳା ସଙ୍ଘର ସଭାନେତ୍ରୀ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ କୃଷ୍ଣ କୁମାର ବେହେରା




