

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନା ପଂଚାୟତର ବର୍ତ୍ତନା ଗାଁରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ହରିସମାଜ ମନ୍ଦିର ପ୍ରତିଷ୍ଠା ହୋଇଛି । ଏଥିଲାଗି ଗ୍ରାମର ମହିଳ।ମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା ଗାଜିଆଣି ମନ୍ଦିରରୁ ଛମୌଜ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ପବିତ୍ର ପାଣିଧରି ଗାଁକୁ ଫେରିଥିଲେ । ଏହି କାର୍ଯ୍ୟକ୍ରମକୁ ଗାଁର ମୁଖ୍ୟ ଗଂଗାଧର ବେହେରା, ରବିନ୍ଦ୍ର ବେହେରା, ପ୍ରତାପ ସେନାପତି, ଅଧିର ସାମଲ, ବସନ୍ତ ବେହେରା ଓ ହିମାଂଶୁ ସାମଲ ପ୍ରମୁଖ ପରିଚାଳନା କରିଥିଲେ । ସେଠାରେ ନାମ ସଂକୀର୍ତ୍ତନ କାର୍ଯ୍ୟ ଚାଲିଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା