ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତୀ ବୈଠକ…

ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବିଜେପିର କଣମଣା ମଣ୍ଡଳରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏନେଇ ବାଟ ଛତ୍ରପୁର ସପନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ଏନ୍ ଦୀନବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସବୁ ଘରେ ୧୩ ରୁ ୧୫ ମଧ୍ୟରେ ଜାତୀୟ ପତାକା ଲଗାଇବା ପାଇଁ ଏ କାର୍ଯ୍ୟକ୍ରମ ବୋଲି ଦଳର ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ସାହୁ ପ୍ରକାଶ କରିଛନ୍ତି। ଏହି ବୈଠକରେ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ବାଦଲ କୁମାର ବେହେରା, ପି.ରାମବାବୁ , ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ପୂର୍ବତନ ସରପଞ୍ଚ ପାର୍ବତୀ ଦାସ, ଆଇନଜିବୀ ପି.ଧର୍ମା ରେଡ୍ଡୀ, ରାଜେନ୍ଦ୍ର ପଲାଇ,ବି.ଶଙ୍କର ରେଡ୍ଡୀ, ପି. ଲମ୍ବୋଦର ରେଡ୍ଡୀ , ଯୁବମୋର୍ଚ୍ଚା ସଭାପତି ବିଜୟ କୁମାର ସାହୁ , ଉପସଭାପତି ନନ୍ଦକିଶୋର ସାହୁ , ବି .ମୁକୁଡୁ , ଜି.ଜଗନ୍ନାଥ , ଜି.ଦାଲେୟା, ଏନ. ଗୋପାଳ, ତ୍ରିନାଥ ରେଡ୍ଡୀ, ଗୋପାଳସ୍ୱାମୀ, ଇ. ଦାନେୟା, କୁର୍ମା ରାଓ, ଲିଙ୍ଗରାଜ ବେହେରା ଓ ଜି.କାମେୟାଙ୍କ ଉପସ୍ଥିତ ଥିଲେ।

ରିପୋର୍ଟ: ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା