ହାଇକୋର୍ଟଙ୍କ ଆଦେଶ : ପଦ ଫେରି ପାଇଲେ ଜିବା ସରପଞ୍ଚ, ଶୁଭେଚ୍ଛା ଜଣାଇଲେ ପାରଳା ବିଧାୟକ

ଗଜପତି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ପଞ୍ଚାୟତ 2022 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଡେଙ୍ଗା ଶବର, ରବୀନ୍ଦ୍ର ଶବରଙ୍କୁ 237 ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇ ଜୀବା ଗ୍ରାମ ପଞ୍ଚାୟତ ସରପଞ୍ଚ ହୋଇଥିଲେ। ତେବେ ରବୀନ୍ଦ୍ର ଶବର ଏଡେଙ୍ଗା ଶବରଙ୍କ 3 ସନ୍ତାନ ଥିବା ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ରବୀନ୍ଦ୍ର ଶବରଙ୍କ ଆବେଦନ ପତ୍ର ଗ୍ରହଣ କରି ଏଡେଙ୍ଗା ଶବରଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ରବୀନ୍ଦ୍ର ଶବରଙ୍କୁ ସରପଞ୍ଚ ଘୋଷଣା କରିଥିଲେ। ଏଡେଙ୍ଗା ଶବର ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଆବେଦନ କରି ତାଙ୍କର 2ଟି ସନ୍ତାନ ଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ସୁପ୍ରିମ କୋର୍ଟ ପୁନର୍ବାର ଏଡେଙ୍ଗା ଶବରଙ୍କ ଆବେଦନ ଗ୍ରହଣ କରି ତାଙ୍କୁ ଜୀବା ଗ୍ରାମ ପଞ୍ଚାୟତ ସରପଞ୍ଚ ଘୋଷଣା କରିଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଏନେଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏନେଇ ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଜୀବା ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇଥିଲେ। ଆଜି ଜୀବା ଗ୍ରାମ ପଞ୍ଚାୟତ ରେ ଏକ ସଭା ଗୃହ ମଧ୍ୟ ଉଦଘାଟନ କରିଥିଲେ ପାରଳା ବିଧାୟକ। ଆଜି ଜୀବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଆୟୋଜିତ ସଭାରେ ବିଧାୟକ କହିଥିଲେ ସତ୍ୟର ଜୟ ହୋଇଛି। ଗ୍ରାମ ପଞ୍ଚାୟତ ଅଧିବାସୀ ମାନଙ୍କ ପକ୍ଷରୁ ବିଧାୟକ ଓ ସରପଞ୍ଚଙ୍କୁ ଅଦ୍ଭୁତ ପୂର୍ଣ୍ଣ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥଲା। ଆଜିର କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବରିଷ୍ଠ ବିଜେଡି ନେତା ତଥା ହାଇଟେକ୍ ଚେୟାରମେନ ଡ଼ଃ ତିରୁପତି ପାଣିଗ୍ରାହୀ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଲକ୍ଷ୍ମୀ କାନ୍ତ ପରିଚ୍ଛା, ଭରତ ଭୂଷଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବିରରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟମା , ବିଭିନ୍ନ ପଂଚାୟତ ସରପଞ୍ଚ, ସମିତି ସଭ୍ୟ ତଥା ବିଜେଡି କର୍ମୀ ଗଣ ଉପସ୍ଥିତ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା