ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟି ଅନ୍ତର୍ଗତ ପଞ୍ଚୁଘଣ୍ଠା ଗ୍ରାମ ମଧ୍ୟରେ ଜନୈକ ବ୍ୟକ୍ତିଙ୍କ ଜାତାୟାତ ରାସ୍ତା ଅବରୋଧ କରାଯାଇଥିବାରୁ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରାସ୍ଥ ହୋଇଥିଲା । ନ୍ୟାୟାଳୟର ନିର୍ଦ୍ଦେଶର ଏକ ବର୍ଷ ବିତିଧିଲେ ମଧ୍ୟ ଆଜି ପ୍ରଶାସନ କେତେକାଂଶ ଜବରଦଖଲ ଉଚ୍ଛେଦ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଗ୍ରାମମଧ୍ୟରେ ପୁରଞ୍ଜନ ପଟ୍ଟନାୟକ ନାମକ ଜଣେ ଅବସାରପ୍ରାପ୍ତ ଶିକ୍ଷକ ଗ୍ରାମ ଶେଷରେ ରହୁଥିବା ବେଳେ ତାଙ୍କ ଯାତାୟାତ ରାସ୍ତାକୁ କିଛି ବ୍ୟକ୍ତି ଜବର ଦଖଲ କରି ରଖିଥିଲେ । ଫଳରେ ସେ ଯାତାୟାତ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ପ୍ରଥମେ ଗ୍ରାମ୍ୟ କମିଟି ଦ୍ୱାରା ବାରମ୍ବାର ବୈଠକ କରାଇ ମଧ୍ୟ ସଫଳ ହୋଇ ପାରିନଥିଲେ । ପରେ ସେ ଏପରିଏକ ସେବେଦନଶୀଳ ଘଟଣାରେ ଜଳେଶ୍ୱର ଥାନା, ମ୍ୟନିସୀପାଲ୍ଟି କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନର ଶରଣାପନ୍ନ ହୋଇଥିଲେ ମଧ୍ୟ ନ୍ୟାୟା ପାଇପାରିୀନଥିଲେ । ଶେଷରେ ୨୦୧୨ ମସିହାରେ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ରିଟ୍ ପିଟିସନ ୧୭୮୪୩୧/୨୦୧୮ ମୂଳେ ମାନ୍ୟବର କୋର୍ଟ ୨୦-୧୨-୧୮ରେ ରାୟ ପ୍ରକାଶ କରିଥିଲେ । ଏଥିରେ ସେ ମ୍ୟୁନିସିପାଲଟି ଓ ପୋଲିସକୁ ରାସ୍ତା ଜବରଦଖଲ ୧୫ରୁ ୧ମାସ ମଧ୍ୟରେ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇ ପାରିନଥିଲା । ଅବଶ୍ୟ ୩ଥର ମ୍ୟୁନିସିପାଲ୍ଟି ପଦକ୍ଷେପ ନେଇଥିଲେ ମଧ୍ୟ ପୋଲିସ୍ ଅଭାବ ଯୋଗୁଁ ତାହା ହୋଇ ପାରି ନ ଥିଲା । ଶେଷରେ ଆଜି ବସ୍ତା ଅତିରିକ୍ତ ତହସିଲଦାର କାର୍ତ୍ତିକଚନ୍ଦ୍ର ଦାସ, ଜଳେଶ୍ୱର ଏସଡ଼ିପିଓ ଉମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବୁଲଡେଜର ଦ୍ୱାରା ଜବରଦଖଲ ହଟା ଯାଇଥିଲେ । ଏହି ସମୟରେ ମ୍ୟୁନିସିପାଲ୍ଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ଅନୟ ବ୍ରହ୍ମ, ଅଶୋକ ପରିଡା, ପ୍ରଣୟ ବେହେରା, ସୁଶାନ୍ତ ମହାନ୍ତି, ସୁନ୍ଦର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ଜବରଦଖଲ ସ୍ଥାନ ଉଚ୍ଛେଦ ହୋଇନଥିବା ସଂପର୍କରେ ଅଭିଯୋଗ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା