

କଟକ(ସମୃଦ୍ଧଓଡିଶା)ଥୀଙ୍କର୍ଶ କ୍ଳବ୍ ର ସଭାପତି ତଥା ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ତଥା ଆଡଭୋକେଟ ଶ୍ରୀ ବରଦା ପ୍ରସନ୍ନ ଦାସ ହାଇକୋର୍ଟ ରେ ନୂତନ ଆଡଦ୍ଭୋକେଟ ଜେନେରାଲ ଶ୍ରୀଯୁକ୍ତ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଜି ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଓଡ଼ିଆ ସ୍ୱାଭିମାନ ତଥା ଅସ୍ମିତା ସପର୍କିତ ସରକାରୀ ମୋକଦ୍ଦମା ଫଇସଲା ଶ୍ରୀ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ମଧ୍ୟରେ। ଅଧିକ ତ୍ୱରlନ୍ଵିତ ହେବ ବୋଲି ଆଶା କରାଯାଏ l ଉତ୍କଳ ସମ୍ମିଳନୀ ଓ ହଜାର ବର୍ଷର କଟକ ସହରରେ ପ୍ରଥମ ଓଡ଼ିଆ ଓକିଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବହୁ ଗୁରୁତ୍ଵ ବହନ କରୁଥିବା ସ୍ମୃତି ଏବେ ସୁଦ୍ଧା ଫଇସଲା ନ ହୋଇ କୋର୍ଟରେ ମକଦ୍ଦମା ଗଡି ଚାଲିଛି ବୋଲି କହିଛନ୍ତି l
ନୂଆ ସରକାରଙ୍କ ଦ୍ଵାରା ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ସମ୍ପର୍କିତ ଆଲୋଚନା
ତା ୨୨-୭ : କେତେକ ଅଭିଜ୍ଞ ପ୍ରାକ୍ତନ ମୁଖ୍ୟ ପ୍ରଶାସକ ତଥା ବରିଷ୍ଠ ପ୍ରଶାସକ ମାନେ ନୂଆ ରାଜ୍ୟସରକାରଙ୍କ ଦ୍ଵାରା କେଉଁ ଯୋଜନା ଟିକୁ ଅଗ୍ରାଧିକାର ଭିତ୍ତିରେ କଲେ ଭଲ ହେବ ସେ ସମ୍ପର୍କରେ ଏକ ଆଭାସି ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଥିଙ୍କର୍ସ କ୍ଳବ୍ ର ୧୦୫ ତମ ଆଲୋଚନା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ ଉଦଘାଟନ କରି ୱାଇ ଫାଇ ପ୍ରଚଳନ,ଅଧିକ ବିଦ୍ୟୁତ୍ ଉତ୍ପାଦନ,କମ୍ପ୍ୟୁଟର ରେ ଓଡ଼ିଆ ଭାଷା ବ୍ୟବହାର,ସବୁ ପଞ୍ଚାୟତରେ ଇଣ୍ଟରନେଟ ପାଠାଗାର ପ୍ରତିଷ୍ଠା ,ସ୍ୱାକ୍ଷର ହାର ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ l ପ୍ରାକ୍ତନ ବରିଷ୍ଠ ପ୍ରଶାସକ ବିବେକ ପଟ୍ଟନାୟକ ,ରମେଶ ଚନ୍ଦ୍ର ମିଶ୍ର,ଅରବିନ୍ଦ ବେହେରା,ସଞ୍ଜୟ ପଣ୍ଡା,ପ୍ରଦୀପ ବିଶ୍ଵାଳ ଆଲୋଚନାରେ ଭାଗ ନେଇ ବନ୍,ଖଣି,ଜଳ ସମ୍ପଦ ରେ ଭରପୁର ଓଡ଼ିଶାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ,ବୈଷୟିକ ଶିକ୍ଷା ଦାନ,କ୍ଷୁଦ୍ର ଶିଳ୍ପ,ଜଳ ଅମଳ ପ୍ରକଳ୍ପ, ପର୍ଯ୍ୟଟନ ଶିଳ୍ପ, ସୋଲାର ସିଷ୍ଟମ,ଦକ୍ଷତା ବିକାଶ, ପଞ୍ଚାୟତ ସ୍ତରରେ ଯୋଜନା,ଚକବନ୍ଦୀ ମକଦ୍ଦମା ଫଇସଲ।,ବେକାରୀ କୁ କାମ,ଯୋଜନା ବୋର୍ଡ କୁ ସଠିକ୍ ରୂପାୟନ ଓ ସକ୍ରିୟ କରିବା ଆଦି ଉପରେ ଗୁରୁତ୍ଵ ଦେଇ କହିଥିଲେ ଯାହାକି ଥିଙ୍କର୍ସ କ୍ଳବ୍ ୟୁ ଟ୍ୟୁବ୍ ରେ ଉପଲବ୍ଧ l ଥିଙ୍କର୍ଶ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରି କଟକ ଇଦଗl ପଡ଼ିଆରେ ଉତ୍କଳ ସମ୍ମିଳନୀ ଦ୍ଵାରା ୧୯୦୩ ସମ୍ମିଳନୀ କୁ ସ୍ମାରକୀ ପିଠ ର ମାନ୍ୟତା ଦେବା ପାଇଁ ଅତୀତରେ କୌଣସି ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇ ନ ଥିବା ବିଷୟ ପ୍ରକାଶ କରିଥିଲେ l ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ନେତୃତ୍ୱ ସ୍ମୃତି କୁ ଉଜ୍ଜୀବିତ ପାଇଁ ବିଖଣ୍ଡିତ୍ ଉତ୍କଳ ସମ୍ମିଳନୀକୁ ଏକ କରିବା ଓ ଇଦଗl ପଡିଆ ଠାରେ ପ୍ରଥମ ସମ୍ମିଳନୀ ସ୍ମାରକୀ ପିଠ ନିର୍ମାଣ କୁ ଅଗ୍ରାଧିକାର ଦେବା ପାଇଁ ନୂଆ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ l ସର୍ବଶ୍ରୀ ଦିପାୟନ ପଟ୍ଟନାୟକ,ନିରଞ୍ଜନ ପଣ୍ଡା,ପ୍ରତାପ ରାଉତ,ରଜତ ଶତପଥୀ,ବିନୋଦ ମହାନ୍ତି,ଗୁରୁଗୋବିନ୍ଦ୍ ଦାସ,ସୁବାସ ସାହୁ ପ୍ରମୁଖ ପ୍ରସ୍ତାବ ମlନ ଦେଇଥିଲେ l ସେଗୁଡିକ ସ୍ମାରକ ପତ୍ରରେ ସରକାରଙ୍କୁ ଜଣାଯିବ l ପରବର୍ତ୍ତୀ ଆଲୋଚନା ଓଡ଼ିଶାରେ ଆଇ ଟି ବିକାଶ ଉପରେ ଆୟୋଜିତ ହେବ l
ରିପୋର୍ଟ : ବରଦା ଦାସ, ସଭାପତି, ଥିଙ୍କର୍ଶ କ୍ଳବ୍