ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରତ୍ୟେକ ମାସ୍ ଶେଷରେ ଛତ୍ରପୁର ଓକିଲ ସଂଘର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ବସୁଥିବା ବେଳେ ଆଜି ଛତ୍ରପୁର କୋର୍ଟ ପରିସରରେ ସମସ୍ତ ଓକିଲ ସଂଘର ସଦସ୍ୟ ଯୋଗ ଦାନ କରି ବ୍ରହ୍ମପୁର ଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ସତ୍ୟାଗ୍ରହ କରାଯାଇଥିଲା । ଆଜିକୁ ୩୦ ବର୍ଷ ହେଲା ଧାରଣା ଚାଲିଥିବା ଜଣାଯାଇଛି । ଏଥିରେ ଓକିଲ ସଂଘ ସଭାପତି ପ୍ରଦୀପ କୁମାର ପାଢୀ ଓ ସଂପାଦକ ଏଲ୍ ଗୋପାଳ ରାଓ, ପୂର୍ବ ତନ ସଭାପତି ରାମଚନ୍ଦ୍ର ବେହେରା, ଦେବନ୍ଦର ମିଶ୍ର, ପରମା ନନ୍ଦ ମିଶ୍ର, କୃଷ୍ଣ ଚନ୍ଦ୍ର ସାହୁ, ଡି ଆଦି ନାରାୟଣ ରେଡି,ବାବୁ ନାହାକ, କାଳି ପ୍ରସାଦ ଦାସ, କୈଳାଶ ପଲାଇ, ପଙ୍କଜ ବାରିକ, ସିମାଥଁଳ ମହାପାତ୍ର, ଜୋତି ରଞ୍ଜନ ମିଶ୍ର, ଚୈତନ ପ୍ରଧାନ, ବହୁ ଓକିଲ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା