

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହାଇଟେକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ହାଇଟେକ ଗ୍ରୁପ ଇନସିଟ୍ୟୁସନ ତରଫରୁ ଏକ ସପ୍ତାହ ବ୍ୟାପି ଓଡିଶାରୁ କିଛି ପର୍ବତାରୋହୀ ହିମାଳୟ ପର୍ବତମାଳାର ସୋଣ୍ଡାଫୁ ଅଞ୍ଚଳକୁ ସ୍ୱଚ୍ଛ ଭାରତ ମିଶନ ଯାହା ଭାରତର ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ଥିଲା ସେଇୟା ସଚେତନତା ପାଇଁ ଯାତ୍ରା କରୁଛନ୍ତି । ସୂଚନା ଅନୁଯାୟୀ ସମଗ୍ର ଓଡିଶାରୁ ୨୦ ଜଣ ପ୍ରତିନିଧିତ୍ୱ କରୁଥିବା ବେଳେ ହାଇଟେକ ଗ୍ରୁପ ଇନସିଟ୍ୟୁସନ ତରଫରୁ ଓଡିଶାର ପଂଚମ୍ୟାନ ତଥା ହାଇଟେକ ଗ୍ରୁପ ଅଫ ଇନସିଟ୍ୟୁସନର ବ୍ରାଣ୍ଡ ଆମ୍ବାସାଡାର ପଂଚମ୍ୟାନ ଡ଼କ୍ଟର ସତ୍ୟପ୍ରିୟ ପ୍ରଧାନ ବି.ଏସ.ସି ନର୍ସିଂ କର୍ମଚାରୀ ନୃସିଂହ ଚରଣ ପଣ୍ଡା ହାଇଟେକ କଲେଜ ଅଫ ଫିଜିଓଥେରାପିର ମଳୟ କୁମାର ମେହେର, ପ୍ରଦୀପ କୁମାର ସିଂହା ଏବଂ ସମୀତ୍ରୀ ବାଗ ଏହି ଯାତ୍ରାରେ ଭାଗ ନେଉଛନ୍ତି । ସମୁଦ୍ର ପତ୍ତନ ଠାରୁ ୧୨,୦୨୪ ମିଟର ଉଚ୍ଚରେ ହିମାଳୟର ସଣ୍ଡାପୋ ଅଞ୍ଚଳକୁ ଯାତ୍ରା କରିବା ସହ ଭାରତର ଜାତୀୟ ପତାକାକୁ ସେଠାରେ ଉଡାଇବା ଏବଂ ସ୍ୱଚ୍ଛ ଭାରତ ମିଶନର ଏକ ବାର୍ତ୍ତା କେବଳ ଭାରତ ନୁହେଁ ହିମାଳୟରେ ରହି ହିମାଳୟର ପାଦ ଦେଶରେ ଥିବା ନେପାଳକୁ ଏହି ବାର୍ତ୍ତା ପହଞ୍ଚାଇବାର ପ୍ରୟାସରେ ଅଛନ୍ତି । ଆଜି ହାଇଟେକ ମେଡିକାଲ କଲେଜ କ୍ୟାମ୍ପସରେ ଏହାର ଶୁଭାରମ୍ଭ ହୋଇଛି । ଏକ ସପ୍ତାହ ବ୍ୟାପି ଆସନ୍ତା ୨୬ ତାରିଖରୁ ସେମାନେ ହିମାଳୟର ପାଦ ଦେଶରୁ ସଣ୍ଡାପୋ ଅଞ୍ଚଳକୁ ଯିବେ । ହାଇଟେକ ଗ୍ରୁପର ଅଧକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଏବଂ ଡାଇରେକ୍ଟର ରୁପେଶ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ପର୍ବତାରୋହୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ସେମାନଙ୍କ ସୁସ୍ଥ ନିରାମୟ ଜୀବନ ବିତାଇ ଆଗାମୀ ଦିନରେ ଓଡିଶା ପାଇଁ ଏକ ସ୍ୱତନ୍ତ୍ର ଗୌରବ ଆଣିବେ ବୋଲି ଆଶା ରଖିଛୁ ବୋଲି ଜଣାଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

