ରାଉରକେଲା (ସମୃଦ୍ଧ ଓଡିଶା) ହାଇଟେକ ମେଡିକାଲ କଲେଜ ରାଉରକେଲାର ଦ୍ୱିତୀୟ ବ୍ୟାଚର (୨୦୧୩-୧୪) ସ୍ନାତକ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି, ଡାକ୍ତର ଦୀପକ କୁମାର ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଇଂ. ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ହାଇଟେକ ଗ୍ରପର ମ୍ୟାନେଜିଂଗ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ହାଇଟେକ ଗ୍ରୁପର ନିର୍ଦେଶକ ଡାକ୍ତର ରାକେଶ ପାଣିଗ୍ରାହୀ, ହାଇଟେକ ଗ୍ରପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ଆଚାର୍ଯ୍ୟ, ହାଇଟେକ ଗ୍ରୁପର ଡିନ ଡାକ୍ତର ଏସ. କେ. ବାସୁ, ହାଇଟେକ ମେଡିକାଲ କଲେଜ ରାଉରକେଲାର ଅଧ୍ୟକ୍ଷ ଡାକ୍ତର ସମିମି ହାଇଦର ଉପସ୍ଥିତ ଥିଲେ । ଏହି ଅବସରରେ ୯୮ ଜଣ ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କୁ ସ୍ନାତକ ସାର୍ଟିଫିକେଟ ପ୍ରଦାନ କରାଯିବା ସହ ଶ୍ରେଷ୍ଠ ୩ଜଣ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ଏହାସହ ଆର୍ଥିକ ପୁରସ୍କାର ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ପ୍ରଦାନ କରିଥିଲେ । ଏହି ଅବସରରେ ହାଇଟେକ ଗ୍ରପର ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ହାଇଟେକର ମୂଳ ଲକ୍ଷ ଓ ଉଦେଶ୍ୟ ରହିଛି ବୋଲି କହିବା ସହ ଏହି ଲକ୍ଷରେ ଯିବାକୁ ସେ ଛାତ୍ର ଛାତ୍ରୀମାନଙ୍କୁ ତାଙ୍କ ଅଭିଭାଷଣରେ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି, ଡାକ୍ତର ବେହେରା ତାଙ୍କ ଅଭିଭାଷଣରେ, କିଭଳି ନିଜକୁ ଜଣେ ସଫଳ ବ୍ୟକ୍ତି ତଥା ଡାକ୍ତର ଭାବେ ପ୍ରତିଷ୍ଠା କରିପାରିବେ ସେହି ବିଷୟରେ ଉଦାହରଣ ସହ ପରାମର୍ଶ ଦେଇଥିଲେ । ଏହାପରେ କିଭଳି ଡାକ୍ତର ଓ ରୋଗୀଙ୍କ ସମ୍ପର୍କ ରହିବା କଥା ସେ ସମ୍ପର୍କରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା