

ପୋଲସରା (ସମୃଦ୍ଧ ଓଡିଶା) କାର୍ତ୍ତିକ ମାସରେ ଧର୍ମ ଅର୍ଜନ କରିବା ହେଉଛି ସାଧାରଣ ମନୁଷ୍ୟର କର୍ତ୍ତବ୍ୟ ବୋଲି ଶାସ୍ତ୍ରରେ ଲେଖା ହୋଇଛି । ସେଥିପାଇଁ ବୃଦ୍ଧ ବନିତା ସମସ୍ତେ ଦେବଦେବୀଙ୍କୁ ପୂଜା କରିଥାନ୍ତି ଓ ଦାନ ଧର୍ମ କରିଥାନ୍ତି ।ଅସହାୟ ବୃଦ୍ଧା ବିକଳାଙ୍ଗମାନଙ୍କୁ ଦାନ କଲେ ପୁର୍ଣ୍ଣ୍ୟ ମିଳିଥାଏ । ସେଥିପାଇଁ ଆଜି ପରା ଦିନରେ କାର୍ତ୍ତିକ ମାସ ଦୀପାବଳି ଉପଲକ୍ଷେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ନିର୍ବାଚନ ମଣ୍ଡଳୀ ହାତୀଓଟ ଜରାଶ୍ରମରେ ଥିବା ବୃଦ୍ଧ, ବୃଦ୍ଧା ଓ ଅନାଥ ଶିଶୁ ମାନଙ୍କୁ ଶୀତ ବସ୍ତ୍ର ବିତରଣ କରି ସେମାନଙ୍କ ମନରେ ଆନନ୍ଦର ସଂଚାର କରିବା ସହ ନିଜେ ଧର୍ମ ଅର୍ଜନ କରି ଧନ୍ୟ ହୋଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା