
ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୬୩୫ ମସିହାରେ ସରକାରୀକରଣ ହୋଇଥିବା ଏବଂ ମିଶନାରୀ ପକ୍ଷରୁ ଖୋଲାଯାଇଥିବା ଏହି ବିଦ୍ୟାଳୟର ୧୯୯୧-୧୯୯୫ ବେଚ୍ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଓ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର, ମାନସ କୁମାର ମହାନ୍ତି ପୌରହିତ୍ୱ କରିଥିବା ବେଳେ ସନ୍ଦିପ କୁମାର ଘୋଷ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶିବ ଶଂକର ପଟ୍ଟନାୟକ କାର୍ଯ୍ୟକ୍ରମର ସୂଚନା ଓ ବନ୍ଧୁ ମିଳନର ଆବଶ୍ୟକତା ସଂପର୍କରେ କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଭାଗବତ ଚନ୍ଦ୍ର ଦିନ୍ଦା, ବଂଶୀଧର ଗାନ୍ଧି, ଧରଣୀକାନ୍ତ ପଟ୍ଟନାୟକ, ରାମଚନ୍ଦ୍ର ଜେନା, କୁନ୍ତଳା ଦାସ, ସେଲିନା ମହାନ୍ତି, କଳାକଳ୍ପନା ମହାପାତ୍ର, ରାମଚନ୍ଦ୍ର ପ୍ରଧାନ, ନମିତା ସୁନ୍ଦରୀ ଦାସ, ଗଂଗାଧର ପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକମାନେ ସେଦିନର ଛାତ୍ରଛାତ୍ରୀଙ୍କ ମାନସିକତା ଓ ଆଜିର ସୁସମ୍ପର୍କରେ ବହୁ ପାର୍ଥକ୍ୟ ପରିଲକ୍ଷିତ ହେଉଥିବା କହିଥିଲୋ । ବନ୍ଧୁତାର ଗୁରୁତ୍ୱ ଓ ବନ୍ଧୁଭାବାପନ୍ନ ମନୋଭାବ ମଣିଷକୁ ସୁମାର୍ଗରେ ପରିଚାଳିତ କରିଥାଏ ବୋଲି କହିଥିଲେ । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଅନୁଭୁତି, ଅଭିଜ୍ଞତା ସଂପର୍କରେ ଭାବବିନିମୟ ବେଳେ ଭାବ ବିହ୍ୱଳ ହୋଇ ଉଠିଥିଲେ ।