ହାତୀଗଡ ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ କୋଠାରୁ ଗଳୁଛି ପାଣି : ଆର୍ ଡି. ବିଭାଗକୁ ଦାୟୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରାଇବଣିଆ ଠାରେ ଅବସ୍ଥିତ । ବିଛିନ୍ନାଞ୍ଚଳ ତଥା ଆଦିବାସୀ ପ୍ରପିଡିତ ରାଇବଣିଆର ଉନ୍ନତି ମୂଳକ କାର୍ଯ୍ୟରେ କେତେକ ଦୁର୍ନିତି ହୋଇ ଆସୁଥିବାର ଅଭିଯୋଗ ହୋଇ ଆସୁଛି । ଚଳିତବର୍ଷ ସେଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନୂଆର କୋଠଘରଟିଏ ନିର୍ମାଣ ହେଉଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଓ ଠିକ୍ଢଙ୍ଗରେ କାର୍ଯ୍ୟ ହୋଇନଥିବାର ବ୍ୟାପକ ଅଭିଯୋଗ ହୋଇଥିଲେ ମଧ୍ୟ ସେଥିପ୍ରତି କେହି ଧ୍ୟାନ ଦେଇନଥିଲେ । ଅନ୍ୟ ଏକ ନୂତନ କୋଠା ପ୍ରସୂତି ଭବନ ନିର୍ମାଣ ସରିଥିବା ବେଳେ ସେଥିରୁ ପାଣି ଗଳୁଥିବାରୁ ସିଏଚ୍ସି ମୁଖ୍ୟ ଡ. ନାୟକ ଆର୍.ଡି ବିଭାଗର କର୍ମକର୍ତ୍ତା, ଠିକାଦାର ଓ ରୋଗୀ କଲ୍ୟାଣ ସମିତିର ଦୃଷ୍ଟି ଆକର୍ଷଣ କରିଥିଲେ । ଅଦ୍ୟାବଧି ତାହା ମରାମତି ହୋଇନଥିବା ବେଳେ ଏବେ ନିକଟରେ ଏଲ୍ଏଚଭି ଓ ଫାର୍ମାସିଷ୍ଟଙ୍କ ଦୁଇଟି ପୁରୁଣା କ୍ୟାଟାର ନୂତନ ଛାତ ପକାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଗତ ଫଣି ଦୁର୍ଯ୍ୟେଗ ବେଳେ ସେଠାରେ ପାଣି ଗଳିବାରୁ କର୍ମଚାରୀ ଦ୍ୱୟ ବହୁ ହଇରାଣ ହରକତ ହୋଇଛନ୍ତି । ଏ ସଂପର୍କରେ ରୋଗୀ କଲ୍ୟାସ ସମିତି, ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜିବୀ ମାନେ ଆର୍ଡି ବିଭଗେକୁ ଦାୟୀ କରିଛନ୍ତି ଓ ଅବିଳମ୍ବେ ଏ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା