ଶ୍ରୀକାନ୍ତ ଜେନା,କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ,ରାଜ୍ୟ ମହିଳା କଂଗ୍ରେସର ଉପ-ସଭାନେତ୍ରୀ ବି ଗଲେ : ଆଦର୍ଶ ବିହୀନ ରାଜନୀତିର ଏସବୁ ଦୃଷ୍ଟାନ୍ତ !…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ଓଡ଼ିଶାରେ ଆଦର୍ଶ ବିହୀନ ରାଜନୀତିର ଅୟମାରମ୍ଭ ହୋଇଛି । ମାତ୍ର ଅଳ୍ପ କିଛି ଲୋଭ ଆଶା ନେଇ ଏବେ ରାଜ୍ୟରେ ଆଦର୍ଶକୁ ଜଳାଞ୍ଜଳି ଦେଇ ଯାହାକୁ ବଡ ବଡ ନେତା ବା ନେତ୍ରୀ ବୋଲି ତାଙ୍କ କଥାରେ ଆମେ ଅନୁପ୍ରାଣିତ ହେଉଥିଲେ ସେମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ଓଡ଼ିଶାରେ ଯେଉଁ ନେତାମାନେ ସିଧା ସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ନବୀନ ପଟ୍ଟନାୟକ ହାଏ ହାଏ ବୋଲି ସ୍ଲୋଗାନ ଦେଉଥିଲେ ସେମାନେ କେମିତି ପୁଣି ବିଜେଡିରେ ଯୋଗଦେଇ ନବୀନ ବାବୁ ଆମ ପ୍ରିୟ ନେତା ବୋଲି କହୁଛନ୍ତି ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏଭଳି ନେତାକୁ କିଭଳି ଲୋକେ ଗ୍ରହଣ କରୁଛନ୍ତି ତାହା ବି ଆହୁରି ଆଶ୍ଚର୍ଯ୍ୟ କରିଛି । ଓଡ଼ିଶା କଂଗ୍ରେସରୁ ଏବେ ତିନି ତିନି ନେତା କଂଗ୍ରେସଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପ-ସଭାନେତ୍ରୀ ଓ ପ୍ରଦେଶ କଂଗ୍ରେସ ସଭ୍ୟା ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଜୟଶ୍ରୀ ପଟ୍ଟନାୟକ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଅଫିସ୍ ଓ ରାହୁଲ ଗାନ୍ଧୀଙ୍କ ଅଫିସ୍‌କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି।ଗତ ୩ ଦଶନ୍ଧି ଧରି ଜୟଶ୍ରୀ ଓ ତାଙ୍କ ପରିବାର ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀ ପାଇଁ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ପିସିସି ସଭାପତି କିମ୍ବା କୌଣସି କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଦଳରୁ ଇସ୍ତଫାଦେବା ପୂର୍ବରୁ କଂଗ୍ରେସ ତାଙ୍କୁ ବହିଷ୍କାର କରି ସାରି ଥିଲା । ସେ ପିସିସିର କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଲେ। ବିଧାୟକ ପଦରୁ ବି ଇସ୍ତଫା ଦେଲେ । ଜାନୁଆରୀ ୨୪ ତାରିଖରେ ସେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଗତକାଲି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି।ସେ କଂଗ୍ରେସରୁ ଇସ୍ତଫଦେଇ ବିଜେଡି ରେ ଯୋଗଦେବେ ବୋଲି ପ୍ରଚାର ହେଉଛି । ପୁଣି ଆଜି ଦଳବିରୋଧୀ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସଦଳରୁ ବହିଷ୍କୃତ କରାଯାଇଛି । କଂଗ୍ରେସ ଦଳରୁ ଟିକେଟ ନେଇ ବିଧାୟକ ମନ୍ତୀ ଆଦି ବଡ ବଡ଼ ନେତା ହୋଇଥିଲେ ଏମାନେ । କଂଗ୍ରେସ ଯୋଗୁଁ ଏମାନଙ୍କ ପରିଚୟ ସୃଷ୍ଟି ହୋଇଥିଲା । ମଧୁବାବୁ କହିଥିଲେ ଓଡ଼ିଆ ଲୋକର କୁକୁର ପ୍ରକୃତି ଅଇଁଠା ପତ୍ରରେ ଧ୍ୟାନ । ଠିକ ସେପରି ଟିକିଏ ଅଇଁଠା ଆଶାରେ ଏମାନେ ନେତୃତ୍ୱ ପରିବର୍ତନ କରୁଛନ୍ତି ।ଏମାନଙ୍କୁ ଆମେ ନେତା କହି ଯଦି ଭୋଟ ଦେବା ତେବେ ଆମକୁ ଗଜମୁର୍ଖ କହିଲେ ଅସୁବିଧା କଣ ବୋଲି ବରିଷ୍ଠ ପର୍ଯ୍ୟବେକ୍ଷକମାନେ ସମାଲୋଚନା କରିଛନ୍ତି ।

ରିପୋର୍ଟ : ସୁଧୀର ପଟ୍ଟନାୟକ