ହାୱଡା-ପୁରୀ ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ ଲାଇନ ଚ୍ୟୁତ …

ଜଳେଶ୍ୱରନ (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁରଡିଭିଜନର ଭୋଗପୁର ଓ ପାଁଶକୁଡା ରେଳ ଷ୍ଟେସନମଧ୍ୟରେ ଥିବା ନାରାୟଣ ପାକୁଡିଆ ମୁଢାଇ ଷ୍ଟେସନନିକଟରେ ମଙ୍ଗଳବାର ସକାଳ ଘ୭.୦୮ମି. ସମୟରେ ଦ୍ରୃତଗତିରେ ଓଡିଶା ଅଭିମୁଖେ ଆସୁଥିବା ୧୨୮୨୧ ଅପ୍ହାୱଡା-ପୁରୀ ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରଗୋଟିଏ ବଗି ଲାଇନଚ୍ୟୁତ ହୋଇ ଦୂର୍ଘଟଣା ଗ୍ରସ୍ତହୋଇଥିଲା । ଏ ସଂପର୍କରେ ଡ୍ରାଇଭର ଜାଣିପାରିଜରୁରୀକାଳୀନ ବ୍ରେକ ମାରି ଗାଡିକୁ ଅଟକାଇଥିଲେ । ଏହି ଦୂର୍ଘଟଣାରେ କୈାଣସି ଯାତ୍ରୀ ମୃତାହତହୋଇ ନ ଥିବା ଜଣାଯାଇଛି । ରେଳବାଇ ତରଫରୁଦୂର୍ଘଟଣା ଗ୍ରସ୍ତ ବଗିକୁ ସ୍ଥାନାନ୍ତର କରିବା ସଙ୍ଗେ ସଙ୍ଗେଟ୍ରେନ ଚଳାଚଳକୁ ସ୍ୱାଭାବିକ କରାଯାଇଥିଲା । ଏହିଟ୍ରେନର ଯାତ୍ରୀ ମାନଙ୍କୁ ଅନ୍ୟ ଏକ ଟ୍ରେନ ଯୋଗେଖଡଗପୁର ଷ୍ଟେସନକୁ ଅଣାଯାଇଥଲା । ଅପ୍ ଧଉଳିଟ୍ରେନକୁ ବାତିଲ କରାଯାଇଥିଲା । ଯାତ୍ରୀମାନଙ୍କସୁବିଧା ପାଇଁ ଅପ୍ ନୀଳାଚଳ ଏକ୍ସପ୍ରେସ ଟ୍ରେନରବ୍ୟବସ୍ଥା କରାଯାଇଥିଲା । ଯାତ୍ରୀ ମାନଙ୍କର ସୁବିଧା ପାଇଁ ବିଭିନ୍ନ ଷ୍ଟେସନରେ ହେଲ୍ପ ଲାଇନ ଫୋନ ନମ୍ବରଜାରୀ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା