

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ହିଞ୍ଜିଳିକାଟୁରେ ଆସ୍କା ସାଂସଦଙ୍କ ପ୍ରତିନିଧି ନୀଳମଣି ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁର ରେଗିଡ଼ି ସାହିରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ହିଞ୍ଜିଳି ବ୍ଲକର ଅଧକ୍ଷ ଏନ. ରଘୁନାଥ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ଭୀମସେନ ବେହେରା, ସ୍ଥାନୀୟ ସହରର ଥିବା ଖବର କାଗଜର ସମସ୍ତ ପ୍ରତିନିଦି ଏବଂ ସ୍ଥାନୀୟ ସହରର ଥିବା ତ୍ରିରଙ୍ଗାଯୁବ ସଂଘ ଓ ଡିସକବର ହିଞ୍ଜିଳିକାଟୁ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
