



ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳିକାଟୁରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୭ତମ ଜନ୍ମ ଦିବସ ପାଳନ ହୋଇ ଯାଇଛି । ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ତଥା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶ୍ରୀ ରଜନୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଆଜି ସକାଳେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୁର୍ତି ଉପରେ କଂଗ୍ରେସ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହିଞ୍ଜିଳିକାଟୁ ମାର୍କେଟ ଛକରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ବେଳେ କଂଗ୍ରେସ କର୍ମୀମାନଙ୍କ ବିଭିନ୍ନ ସ୍ଲୋଗାନ ଓ ତାଙ୍କ ଗୁଣ କୀର୍ତ୍ତନ ଅଞ୍ଚଳଟି ପ୍ରକମ୍ପିତ ହୋଇ ଉଠିଥିଲା । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦେଶ ସ୍ୱାଧୀନ ହେବାଠାରୁ ସବୁବେଳେ କଂଗ୍ରେସ ହାତରେ ରହିଥିଲା କିନ୍ତୁ ଉପଯୁକ୍ତ ନେତୃତ୍ୱ ଅଭାବରୁ ତାହା ଗତ ୨୪ ବର୍ଷ ହେଲା ଅଣ କଂଗ୍ରେସ ହୋଇଯାଇଛି । ତାହା ଆଗାମୀ ନିର୍ବାଚନରେ ପୁଣି କଂଗ୍ରେସ ହାତକୁ ଫେରିଆସିବ ବୋଲି କର୍ମୀମାନେ ଆଜି ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୭ତମ ଜନ୍ମ ଦିବସ ପାଳନ ଅବସରରେ ସଂକଳ୍ପ ନେଇଥିଲେ । କଂଗ୍ରେସ ଦଳର ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶ୍ରୀ ରଜନୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଆଜିର ଏହି ମନୋରମ ପରିବେଶରେ ଶ୍ରୀ ସୁନାରାମ ସାବତ , ଶ୍ରୀ ରବୀନ୍ଦ୍ର ବୈଠାରୁ , ଶ୍ରୀ ଟୁନା ପାଢ଼ୀ , ଶ୍ରୀ ବେଣୁଧର ବିଶୋଇ , ଶ୍ରୀ ସୁଶୀଳ ମଲ୍ଲ , ଶ୍ରୀ ବନମାଳୀ ସାମଲ , ଶ୍ରୀ ଅରୁଣ ପ୍ରଧାନ ପ୍ରମୁଖ ବରିଷ୍ଟ କଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥଲେ ।
ରିପୋର୍ଟ : ରଜତ ପଟ୍ଟନାୟକ