
ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨ ପୁରୀ ଠାରେ ଆୟୋଜନ ହୋଇସାରିଛି । ଏହା ପ୍ରାୟ ଭାରତର ୬ଟି ଭାଷାର ୨୩୦ଟି ଚଳଚ୍ଚିତ୍ର ଭାଗ ନେଇଥିଲେ । ଏଥିରେ ବିଚାରକ ଭାବେ ସିଦ୍ଧାର୍ଥ ମହାପାତ୍ର, କୁନା ତ୍ରିପାଠୀ, ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ମାନସ ମୁନଦା ଆସନ ଗ୍ରହଣ କରିଥିଲେ । ନୃତ୍ୟମ୍ ଦ୍ଵାରା ପ୍ରସ୍ତୁତ ଚଳଚ୍ଚିତ୍ର ଅମୋଘ ଶ୍ରେଷ୍ଟ ୪୦ଟି ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି । ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ ସଚେତନ କରିବା । ଅମୋଘ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କୁନି କଳାକାରଙ୍କୁ ଆଜି ଜାତୀୟ ଶିଶୁ କଳାକାର ରୂପେ ପୁରୀ ଟାଉନ୍ ହଲ୍ ରେ ସମ୍ମାନିତ କରାଯାଇଛି । ହିଞ୍ଜିଳିକାଟୁର ଏହି କୁନି କୁନି କଳାକାର ମାନେ ତନିଷ୍ଟ, ରାଜୀବ, ଦୀପ୍ତି, ଶିବା, ଅମ୍ରିତା ନିଜର ଅଭିନୟ ଜଦୁରେ ବିଚାରକ ମଣ୍ଡଳୀକୁ ବାନ୍ଧି ପାରିଛନ୍ତି । ନୃତ୍ୟମ୍ ହିଞ୍ଜିଳିକାଟୁ ଦ୍ଵାରା ପ୍ରସ୍ତୁତ ଅମୋଘ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କ୍ରିଷ୍ଣା ଡି. କେ ନେଇଥିବା ବେଳେ ବରିଷ୍ଠ କଳାକାର ଭାବେ ଜ୍ଞାନ ରଞ୍ଜନ ମହାପାତ୍ର ଅଭିନୟ କରିଥିଲେ । ହିଞ୍ଜିଳିକାଟୁ ଭଳି ଏକ ଛୋଟ ସହରରୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇବା ଗଂଜାମ ପାଇଁ ଗର୍ବର ବିଷୟ । କୁନି କୁନି କଳାକାର ହେଲେ ମଧ୍ୟ ନିଜର ସାଧନା ଓ ନିଜର ଦକ୍ଷତା ବଳରେ ଜାତୀୟ ସ୍ତରରେ ନିଜର ଦକ୍ଷତା ବଳରେ ଜାତୀୟ ସ୍ତରରେ ନିଜର ନାମକୁ ପହଞ୍ଚାଇ ପାରିଛନ୍ତି । ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ଏପରି ପ୍ରୟାସକୁ ଅଞ୍ଚଳ ବାସି ବେଶ୍ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

