



ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ପୋଚିଲିମା ଛକ ଜାତୀୟ ରାଜ ପଥ ୫୯ ପାଶ୍ୱରେ ଅତିଆଧୁନିକ ଜୀବନ ସୁରକ୍ଷା ଡାଇଗନ୍ନୋଷ୍ଟିକସ କେନ୍ଦ୍ରର ଶୁଭ ଉଦଘାଟନ ବୁଧବାର ତା ୧୧ଡିସେମ୍ବର ପୂର୍ବାହ୍ନ ୧୧ଘଣ୍ଟ ସମୟରେ ହୋଇଯାଇଛି ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ.ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ରୂପେ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପଣ୍ଡା ଉପସ୍ଥିତ ରହିବା ସହ ରିବନ କାଟି ଏହି ନୂତନ ଚିକିତ୍ସାଲୟର ଶୁଭାରମ୍ଭ କରିଥିଲେ । ଉକ୍ତ ଚିକିତ୍ସାଳୟ କୁ ଅନୀଲ ପଟ୍ଟନାୟକ, ସଦାଶିବ ପାଣିଗ୍ରାହୀ ଓ ଲଷ୍ମୀ ନାରାୟଣ ଦାଶଙ୍କ ଦ୍ଵାରା ପରିଚାଳିତ ହେଉଥିବା ସୂଚନା ମିଳିଛି ।ଅତି ଆଧୁନିକ ଯନ୍ତ୍ରାଂଶ ଦ୍ୱାରା ଏଠାରେ ବିଭିନ୍ନ ରୋଗର ଉଚିତ ମୁଲ୍ୟରେ ନିରୂପଣ ସହ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି । ଅଞ୍ଚଳର ସହଜ ଚିକିତ୍ସା ପାଇଁ ଉକ୍ତ କେନ୍ଦ୍ର ସର୍ବଦା ସଦା ଚେଷ୍ଟିତ ରହିବ ବୋଲି ପରିଚାଳକ ସଦସ୍ୟ ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ ଉନ୍ନତ ମାନର ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରାଯିବ ବୋଲି ସହ ପରିଚାଳକଙ୍କ ଠାରୁ ପ୍ରକାଶ ।
ରିପୋର୍ଟ:-ରଜତ ପଟ୍ଟନାୟକ