

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସମସ୍ତେ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇ ତ୍ରିରଙ୍ଗା ପତାକା ତଳେ ଦେଶ ପାଇଁ ବଳିଦାନ ଆଉ ଜାତିର ଅଖଣ୍ଡତାକୁ ରକ୍ଷା କରିବାର ଶପଥ ନେଇଥିଲେ । ଏହି ପରିପ୍ରେକ୍ଷୀରେ ଭିନ୍ନ ଢଙ୍ଗରେ ଏହି ଜାତୀୟ ଦିବସକୁ ପାଳନ କରିଛନ୍ତି ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟାଳୟର ବିଚାରପତି ରାଜଶ୍ରୀ ପଟ୍ଟନାୟକ । ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଥମେ ଅସ୍ଥାୟୀ ନ୍ୟାୟାଳୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା । ତାପରେ କିଛିଦିନ ହେବ ହୋଇଥିବା ନୂତନ ନ୍ୟାୟାଳୟରେ ଚାରାରୋପଣ କରି ପରିବେଶକୁ ସବୁଜ ଶ୍ୟାମଳ କରିବାକୁ ନେଇଛନ୍ତି ସଂକଳ୍ପ । ଏହି କାଯ୍ୟକ୍ରମରେ ନ୍ୟାୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା