ହିଞ୍ଜିଳିକାଟୁ ଦେଇ ଯାଇଥିବା ଜାତୀୟ ରାଜପଥ-୫୯କୁ ବାଇପାସ ରାସ୍ତା କରିବାପାଇଁ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳି କାଟୁ ବ୍ଳକ୍ ଅନ୍ତର୍ଗତ ବୁରୁପଡା ସ୍ଥିତ ମା ଶ୍ୟାମଳାଇ ପରିସରରେ ସ୍ମୃତି କମିଟିର ସଭାପତି ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଶରତ ମିଶ୍ରଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେବାଣିଜ୍ୟ, ସଡକ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ସମ୍ମାନିତ ଅତିଥି ଭାବେ ସୋରଡା ବିଧ୍ୟାୟକ, କବିସୂର୍ଯ୍ୟନଗର ବିଧ୍ୟାୟକ, ଭଞ୍ଜନଗର ବିଧ୍ୟାୟକ ମଞ୍ଚଆସିନ ରହି ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ହିଞ୍ଜିଳିକାଟୁ ବିକାଶ ମଞ୍ଚର ସଭାପତି ପ୍ରମୋଦ କୁମାର ପଣ୍ଡା ଏକ ଲେଖିତ ନିବେଦନ ପତ୍ର ଦେଇଥିଲେ । ସୂଚନାଯୋଗ୍ୟ ଯେ, ହିଞ୍ଜିଳିକାଟୁ ପୌର ପରିଷଦ ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ଅଟେ । ହିଞ୍ଜିଳିକାଟୁ ସହର ଦେଇ ଗୋପାଳପୁର ଠାରୁ ରାୟପୁର ଯାଇଥିବା ଏନ୍.ହେଚ୍-୫୯ ରାସ୍ତା ଯାଇଅଛି । ହିଞ୍ଜିଳିକାଟୁ ଅଞ୍ଚଳର ଭୌଗଳିକ ସୀମାରେଖା, ପାହାଡ ଓ ନଦୀ ଅବସ୍ଥିତିକୁ ନେଇ ଦିନକୁ ଦିନ ଜନଗହଳି ପୂର୍ଣ ହେବାକୁ ଲାଗିଲାଣି । ଏନ୍.ହେଚ୍-୫୯ ରାସ୍ତାରେ ମାଲ ପରିବହନ ଟ୍ରକ ଗୁଡିକ ଏବଂ ଦୁରଗାମି ବସ ଯିବା ଆସିବା ସମୟରେ ସ୍କୁଲ କଲେଜକୁ ଛାତ୍ରଛାତ୍ରୀମାନେ ଯିବା ଆସିବା ସମୟରେ ଛୋଟ ଏବଂ ବଡ ଦୁର୍ଘଟଣାମାନ ଘଟୁଛି । ଏଣୁ ହିଞ୍ଜିଳିକାଟୁ ବାସି ତରଫରୁ ଅନୁରୋଧ କରାଯାଇଅଛି ଯେ, ସହର ବାହାର ଦେଇ ଏକ ବାଇପାସ ରାସ୍ତା ନିର୍ମାଣ କରାଗଲେ ହିଞ୍ଜିଳିକାଟୁ ଅଞ୍ଚଳ ବହୁତ ଖୁସି ପ୍ରକଟ ହେବେ ବୋଲି ନିବେଦନ ପତ୍ର ପ୍ରଦାନ କରିଛନ୍ତି ପ୍ରମୋଦ କୁମାର ପଣ୍ଡା।
ରିପୋର୍ଟ:- ରଜତ ପଟ୍ଟନାୟକ