ହିଞ୍ଜିଳିକାଟୁ ପୌର ପରିଷଦର ସ୍ୱଚ୍ଛ ଭାରତ ଅଭିଯାନର ଉଦଯାପନୀ ଉତ୍ସବ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ୧୭/୯/୨୦୨୪ ଠାରୁ ସ୍ବଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ରେ ସ୍ୱଚ୍ଛ ଭାରତ ଅଭିଯାନ ଉଦଯାପନ ହୋଇଯାଇଅଛି। ପୌରକାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଯୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ପୌରାଞ୍ଚଳ ସ୍ଥିତ ଇନ୍ଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଷଦର ଅଧ୍ୟକ୍ଷ ସୁବାଷ ପୋଲେଇ, ବ୍ଲକ୍ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ପୌର ଅଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଲକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ, ଗୋଷ୍ଟିଉନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଏବଂ ପୌର ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୌରାଞ୍ଚଳ ସ୍ଥିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ଙ୍କ ଦ୍ଵାରା ସ୍ବଚ୍ଛତା, ପାରମ୍ପରିକ ନୃତ୍ୟ, ଚିତ୍ରାଙ୍କନ, ଡ୍ରାମା, କ୍ରୀଡା, ବ୍ୟାଡମିଣ୍ଟନ, ଯୋଗ, ଭାର ଉତ୍ତୋଳନ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ସିଲ୍ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ରିପୋର୍ଟ:-ରଜତ ପଟ୍ଟନାୟକ