
ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ଦେଶର ୭୩ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଂଗୀତ ଗାନ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାସହ ଏକ ରାଲି କରି ସହର ପରିକ୍ରମା କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟାପକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଓ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ