






ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ସୁଭଦ୍ରା ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ୧୭ତାରିଖରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଅରୁଣ କୁମାର ଖାଡେଙ୍ଗା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତିଡ଼. ଗୀତାଞ୍ଜଳି ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ . ପ୍ରସନ୍ନ କୁମାର ସ୍ବାଇଁ, ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଏବଂ YRC ମୁଖ୍ୟ, ଡଃ ରମେଶ ଚନ୍ଦ୍ର ବେହେରା, ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଏବଂ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ଦେଓ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ମହାବିଦ୍ୟାଳୟ ପରିସରରେ ସ୍ବଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ୟୁଥ୍ ରେଡକ୍ରସ୍, ଏନ୍ ଏସ୍ ଏସ୍ ଏବଂ ଏନ୍ ସି ସି ର ସ୍ବେଛାସେବୀ ମାନଙ୍କ ଦ୍ୱାରା ପରିଚାଳନା ହୋଇଥିଲା । କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ ୟୁଥ୍ ରେଡକ୍ରସ୍ ର ପରାମର୍ଶ ଦାତା ଡ଼. ସୁଜାତା ମହାପାତ୍ର । ଶ୍ରୀ ପବିତ୍ର ଶବର, ଏନ୍ ସି ସି ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁ, ଏନ୍ ଏସ ଏସ ଅଧିକାରୀ ସାଇଲକ୍ଷ୍ମି ଅମ୍ବାତି ଏବଂ ଅନିଲ ପାତ୍ର। ପ୍ରମୁଖ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଅଂଶ ଗ୍ରହଣ କରି ଥିଲେ। ସେହିପରି ମହାବିଦ୍ୟାଳୟ ପରିସରରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସଚେତନତା ସୃଷ୍ଟି କରାଯାଇ ଥିଲା ଏଥିରେ ଛାତ୍ରୀମାନେ ଝୋଟି ପକେଇବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ