

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳି କାଟୁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପର୍ବ ସମୟରେ ସଂଗୃହିତ ମୋଟ ଚାଉଳ, ଗୁଆ ଓ ଟଙ୍କାର ସବିଶେଷ ବିବରଣୀ ନିମ୍ନରେ ଦିଆଗଲା: ମୋଟ ଚାଉଳ: ୬୯ କ୍ୱିଣ୍ଟାଲ, ଗୁଆ: ୬୦ କେଜି ଓ ନଗଦ ୨,୦୧,୬୯୫/- (ଦୁଇଲକ୍ଷ ଏକହଜାର ଛଶହ ପଞ୍ଚାନବେ ଟଙ୍କା) ଆଦାୟ । ଭକ୍ତଙ୍କ ଦ୍ଵାରା ସମର୍ପିତ ଏ’ସମସ୍ତ ଭକ୍ତିପୂତ ଅର୍ଘ୍ୟ ସ୍ୱରୂପ ଚାଉଳ, ଗୁଆ ଆଦି ଦ୍ରବ୍ୟ ଓ ମୋଟ ଟଙ୍କା କଞ୍ଚୁଡୁ ସ୍ଥିତ ଏକ ଦେବାଳୟରେ ଏକତ୍ର କରି ରଖାଯାଇଛି l ତା.22.01.2024 ରିଖ ଏହି ନଗଦ ଦାନ ରାଶିକୁ ଜିଲ୍ଲା ପ୍ରଶାସନ ଜରିଆରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରାଯିବ ଏବଂ ଅନ୍ୟ ଅର୍ପଣ ଗୁଡିକୁ ଖୁବ ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଅନୁସାରେ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ବି ଡି ଓ ସୁବ୍ରତ କୁମାର ଜେନା କହିଛନ୍ତି l
ରିପୋର୍ଟ : ରଜତ ପଟ୍ଟନାୟକ