ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୧ ତାରିଖ ଦିନ ଅଧ୍ୟକ୍ଷ ଶ୍ରୀ ସୁଜିତ କୁମାର ପାଢ଼ୀ ଙ୍କ ପୌରହିତ୍ୟରେ ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଏହାକୁ ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଏସ୍.ଗିରିଧର, ବୃନ୍ଦାବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ଉଦ୍ଘାଟନ କରିଥିଲେ। ଏଥିରେ ବ୍ଳକ ର ବିଭିନ୍ନ ବିଦ୍ୟାଳୟରୁ ୨୧ ଜଣ ଛାତ୍ରଛାତ୍ରୀ ନିଜର ବିଜ୍ଞାନ ଶିକ୍ଷକଙ୍କ ସହ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ହିଞ୍ଜିଳିକାଟୁ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ସୁପ୍ରିୟାଦେବୀ,କୁକୁଡାଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଶ୍ରୀ ବିଭୁପ୍ରସାଦ ପାତ୍ର ଯୋଗ ଦେଇଥିଲେ। କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ କ୍ରୀଷ୍ଣା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତର କୁ ମନୋନୀତ ହୋଇଥିଲେ। ଦ୍ଵିତୀୟ ସ୍ଥାନରେ ସନ୍ଧ୍ୟା ରାଣୀ ପାଢ଼ୀ ବୃନ୍ଦାବନ ବିଦ୍ୟାପୀଠ, ହିଞ୍ଜିଳିକାଟୁ ଓ ରିହା ପ୍ରଧାନ – ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଡି. ପାଟପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ। ତତ୍ ସହିତ ବିଦ୍ୟାଳୟ ରେ ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ ଓ ପ୍ରାଥମିକ ଶିକ୍ଷକ ମାନଙ୍କ ମାସିକ କ୍ଳଷ୍ଟର ଲେଭେଲ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବିଜ୍ଞାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।

ରିପୋର୍ଟ:-ରଜତ ପଟ୍ଟନାୟକ