

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ସରକାରୀ ଆଇଟିଆଇର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ହିଞ୍ଜିଳିକାଟୁ ବ୍ଲକର ଅଧ୍ୟକ୍ଷ ଏନ. ରଘୁନାଥ, ହିଞ୍ଜିଳିକାଟୁ ତହସିଲର, ତହସିଲଦାର ଗୋପୀନାଥ କଅଁର ଏବଂ ହିଞ୍ଜିଳିକାଟୁର ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳା ପ୍ରେମୀମାନଙ୍କୁ ଉତ୍ସାହିତ କରି ଆଇଟିଆଇର ଉନ୍ନତି କରଣ କରିଥିଲେ । ଏହା ସହ କଳା ପ୍ରେମୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଆଇଟିଆଇର ଅଧ୍ୟକ୍ଷ ଇଁ. ଅମୂଲ୍ୟ କୁମାର ପଣ୍ଡା କଳା ପ୍ରେମୀମାନଙ୍କୁ ଉତ୍ସାହିତ କରିବା ସହିତ ମୂଖ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ । ଆଇଟିଆଇର ସମସ୍ତ କର୍ମକର୍ତ୍ତାଙ୍କୁ, ସୁଚାରୁ ରୂପେ ପରିଚାଳନା କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ ଉତ୍ସବର ପ୍ରାରମ୍ଭରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ଏବଂ ଅନୁଷ୍ଠାନର ପୁରାତନ ଛାତ୍ର ସଂଘର ଆଦର୍ଶ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ବ୍ରହ୍ମପୁରର ଆଞ୍ଚଳିକ ନିୟୋଜନ ଅଧିକାରୀ ଆର.ଏମ.କୀଲାନା ଯୋଗଦେଇ ସମସ୍ତ ପୁରାତନ ଛାତ୍ରମାନଙ୍କର ଉଜ୍ଵଳ ଭବିଷ୍ୟତ ନିମନ୍ତେ କାମନା କରିଥିଲେ ।
ରିପୋର୍ଟ : ବିଜୟ ମଲ୍ଲ।
