

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ସରକାରୀ ଆଇଟିଆଇର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଶୁକ୍ରବାର ଦିନ ଉଦଘାଟିତ ହୋଇ ଶନିବାର ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ହିଞ୍ଜିଳିକାଟୁର ତହସିଲଦାର ଗୋପୀନାଥ କଅଁର, ହିଞ୍ଜିଳିକାଟୁ ବ୍ଲକର ଉନ୍ନୟନ ଅଧିକାରୀ ପ୍ରଶନ୍ନ ପାତ୍ର ଏବଂ ହିଞ୍ଜିଳିକାଟୁ ବ୍ଲକର ଅଧ୍ୟକ୍ଷ ଏନ. ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦଘାଟନ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଶନିବାର ବ୍ରହ୍ମପୁର ୟୁସିପି ଇଂଜିନିୟରିଂ ସ୍କୁଲର ଦେବୀ ପ୍ରସାଦ ପଟ୍ଟନାୟକ ବରିଷ୍ଠ ଅଧ୍ୟାପକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କ୍ରୀଡା ପ୍ରତିଯୋଗିତାକୁ ଉଦଯାପନ କରିଥିଲେ ।ଆଇଟିଆଇର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅନ୍ୟ କର୍ମକର୍ତ୍ତା ଅଦିତ୍ୟ ଚରଣ ନାୟକ, ଶେଖର ସାହାଣୀ, ଚନ୍ଦ୍ରକାନ୍ତ ଚାନ୍ଦୁଆ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଶୁଶାନ୍ତ କୁମାର ଡାକୁଆ, ଶୁଭ୍ରାଂଶୁ ମୋହନ ବେହେରା, ଶଶାଙ୍କ ଶେଖର ସାହୁ, ପ୍ରଭାସ ଚନ୍ଦ୍ର ଭୋଇ, ସନ୍ତୋଷ ବେହେରା, କାଳୁ ଚରଣ ପ୍ରଧାନ, ଜଗଦୀଶ ବାଡ଼ତ୍ୟା, ଦିବ୍ୟ ପ୍ରତାପ ପାଢ଼ୀ ଆଦି ପରିଚାଳନରେ ସହଯୋଗ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଦିନ ଉଭୟ ବାଳିକା ଓ ବାଳକ ବର୍ଗରେ ୧୦୦ ମିଟର ଦୌଡ଼, ଲମ୍ୱ ଡିଆଁ, ସଟଫୁଟ ଥ୍ରୋ, କୁଦା ଧିର ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବଳକା ବର୍ଗରେ ଉଚ୍ଚ ଡିଆଁ, ବଚ୍ଛ ଥ୍ରୋ ହୋଇଥିଲା । ବାଳିକା ବର୍ଗରେ ୧୦୦ ମିଟର ଦୋୖଡରେ କବିତା ସେଠି ପ୍ରଥମ ହୋଇଥିବା ବେଳେ ଲମ୍ବ ଡିଆଁରେ ସୁମିତ୍ରା କୁମାରୀ ଦାସ ପ୍ରଥମ ହୋଇଥିଲେ । ସେହିପରି ବାଳକ ବର୍ଗରେ ଡିଆଁରେ କାହ୍ନୁ ଚରଣ ସେଠି ପ୍ରଥମ ହେବ ସହିତ ଲମ୍ବ ଡିଆଁରେ, ୨୦୦ ମିଟର ଦୌଡ଼ରେ ମଧ୍ୟ ପ୍ରଥମ ହୋଇଥିଲେ । ମୁଖ୍ୟ ଅତିଥି ଏନ. ରଘୁନାଥ ଗୁରୁ ଶିଷ୍ୟ ସମ୍ପର୍କକୁ ଏକ ଛୋଟ ଗଳ୍ପ ମାଧ୍ୟମରେ ସମସ୍ତ ବାଳକ ବାଳିକାମାନଙ୍କୁ ଉଦବୋଧନ ଦେଇଥିଲେ ।
ରିପୋର୍ଟ : ବିଜୟ ମଲ୍ଲ
