


ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଥିତ ରୟାଲ ପେଲେସରେ ବିଜେଡି ପକ୍ଷରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି l ପ୍ରଥମ ଦିନରେ ଶେରଗଡ଼ ବ୍ଲକର ତିନୋଟି ଜୋନର ପ୍ରାୟ ଦୁଇହଜାରରୁ ଉର୍ଦ୍ଧ କର୍ମୀ ତିନୋଟି ପର୍ଯ୍ୟାୟରେ ପ୍ରଶିକ୍ଷିତ ହୋଇଥିଲେ l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର ଉଦଘାଟନ କରିଥିବା ବେଳେ , ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା, ହୃଷିକେଶ ପାଢ଼ୀ, ଚିତ୍ତରଞ୍ଜନ ପାଣିଗ୍ରାହୀ, ସମୀର ପ୍ରଧାନ, ବରୁଣ ପୋଲାଈ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ଟ୍ରେନର ଭାବେ ଦଳର ରାଜ୍ୟ ମୁଖପାତ୍ର ସଂଜୀବ କୁମାର ବାବୁ ଓ ଅନ୍ୟତମ ଟ୍ରେନର ମୁଖପାତ୍ର ଗୌତମ ବୁଦ୍ଧ ଦାସ ଯୋଗଦେଇ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ସୁଦୃଢ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳ ୫୦ ପ୍ରତିଶତ ଉର୍ଦ୍ଧ ଭୋଟ ଅକ୍ତିଆର କରିବାର ରଣନୀତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନ ସଚେତନତା କରିବାକୁ ବିଜେଡି କର୍ମୀଙ୍କୁ ସଂକଳ୍ପ କରାଇଥିଲେ l ଏହି ଅବସରରେ ଅନୁଷ୍ଠିତ ଦ୍ଵିତୀୟ ଦିବସରେ କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁର ପୌରାଧକ୍ଷ ସୁବାଷ ପୋଲାଈ ଉଦଘାଟନ କରିଥିବା ବେଳେ ଉପାଧକ୍ଷା ସୁଚିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ସେହିଭଳି ଅନୁଷ୍ଠିତ ତୃତୀୟ ଦିବସରେ ହିଞ୍ଜିଳି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରେନର ସଂଜୀବ କୁମାର ବାବୁ, ଗୌତମବୁଦ୍ଧ ଦାସ, ଅଶୋକ କୁମାର ନାୟକଙ୍କୁ ଉପଢୌକନ ଦେଇ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମରେ ଡି ବିଶ୍ଵନାଥ, ଏନ ରଘୁନାଥ, ଏ ସୁଦର୍ଶନ, ପ୍ରୀତି ସାହୁ, ବି ଗୀତାଞ୍ଜଳି, ରଶ୍ମିତା ବେହେରା, ମନସୁରୀ ସ୍ୱାଇଁ, ପବିତ୍ର ପାଣିଗ୍ରାହୀ, ନୀଳମଣି ପଟ୍ଟନାୟକ, ସଂଜୟ ପଣ୍ଡା,ଅଜୟ ମହାରଣା, ପ୍ୟାରୀ ପାଢ଼ୀ,ମନୋଜ ସାବତ,ଭାଣ୍ଡି ରବୀନ୍ଦ୍ର ସୌମ୍ୟ ପଟ୍ଟନାୟକଙ୍କ ସହ ସମସ୍ତ କାଉନସିଲର, ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଏବଂ ବରିଷ୍ଠ ନେତା ପ୍ରମୋଦ କୁମାର ପାତ୍ର ସଂଯୋଜନା କରିଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ