



ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୨ଜଣ ଜନପ୍ରତିନିଧି , ୩୩ ଜଣ ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ ଅଫିସର ସମୁଦାୟ ୩୬ ଜଣ ଦୁବାଇ ଗ୍ରସ୍ତରେ ବାହାରିଛନ୍ତି । ସକାଳ ୭ଘଣ୍ଟ ସମୟ ରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ପରିସର ରୁ ଯାତ୍ରା ଆରମ୍ଭ କରିଛନ୍ତି ।ଏହି ଯାତ୍ରା ଆରମ୍ଭ ସମୟରେ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ପୌରପରିଷଦ ଅଧକ୍ଷ ସୁବାସ ପଲେଇ, ରାଜ୍ୟ ବିଜେଡ଼ି ସମ୍ପାଦକ ଦେବାନନ୍ଦ ମହାପାତ୍ର ଙ୍କ ଉପସ୍ଥିତି ରେ ଏହି ଟିମ୍ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ର ମୂଳ ଲକ୍ଷ ହେଉଛି ସେମାନେ ବିଶେଷ କରି ସେଠାକାର ବାଣିଜ୍ୟ, ଗମନାଗମନ ଓ ପରିମଳ ବ୍ୟବସ୍ଥା ଉପରେ ଶିକ୍ଷଣୀୟ ବିଷୟ ବୁଲି ଦେଖିବେ I ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଲକ୍ ସର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସରକାର ଙ୍କ ତରଫରୁ ଚତୁର୍ଥ ପର୍ଯ୍ୟାୟ ରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ପାଇଁ ଏହି ବୁଲିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଯାତ୍ରା ର ୩୬ଜଣିଆ ଟିମ୍ ଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରାଞ୍ଚଳର ୩ଜଣ, ହିଞ୍ଜିଳିକାଟୁ ବ୍ଲକର ୧୭ଜଣ , ଶେରଗଡ଼ ବ୍ଲକର ୧୫ଜଣ ସମେତ ହିଂଜିଲିକାଟୁ ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ନୋଡାଲ ଅଫିସର ରୂପେ ଦାଇତ୍ୱ ନିର୍ବାହ କରିଛନ୍ତି । ଏଥି ମଧ୍ୟରୁ ୩୩ଜଣ ମହିଳା ଥିବାବେଳେ ୨ ଜଣ ପୁରୁଷ ଦୁବାଇ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ଶାସନ୍ ପାଇଁ ସାରା ଦେଶରେ ହିଂଜିଲିକାଟୁ ବ୍ଲକ ଶ୍ରେଷ୍ଠ ସ୍ଥାନ ଅଳଙ୍କୃତ କରିଥିବାରୁ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି l
ରିପୋର୍ଟ୍ : ରଜତ ପଟ୍ଟନାୟକ